ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ସମ୍ବାଦ ପ୍ରତିନିଧି ଅନିଲ ଅଗ୍ରୱାଲଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା। ସେ ଦିର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ରହି ମଙ୍ଗଳବାର ରାତିରେ ରୁପ୍ରାରୋଡ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତା ସାବିତ୍ରୀ ଦେବୀ ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଥିଲେ। ତାଙ୍କ ଆବର୍ତ୍ତମାନରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଓ କଳାହାଣ୍ଡିର ସାମ୍ବାଦିକ ସମୁହଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ଶୋକ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ସାନ୍ଦୁଲ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।





