କଂଗ୍ରେସର ସଂଗଠନ ସୃଜନ ଅଭିଯାନକୁ ନେଇ ନର୍ଲାରେ ସାମ୍ବାଦିକ ସମ୍ମିଳନୀ 

କଂଗ୍ରେସ ତୃଣମୂଳ ସ୍ତରରୁ ନେତୃତ୍ୱ ଚୟନ କରିବ -ସେଖ ମୁସ୍ତାନ ଅଲ୍ଲୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ହୋଟେଲ ଦିଶା ଠାରେ କଂଗ୍ରେସ ତରଫରୁ ସଂଗଠନ ସୃଜନ ଅଭିଯାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର “ସଙ୍ଗଠନ ସୃଜନ ଅଭିଯାନ” କାର୍ଯ୍ୟକ୍ରମରେ ସର୍ବ ଭାରତୀୟ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଭାବରେ ସେଖ ମୁସ୍ତାନ ଅଲ୍ଲୀ ଯୋଗଦାନ କରି କଂଗ୍ରେସ ମହାସଚୀବ ରାହୁଲ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ତୃଣମୂଳ ସ୍ତରରୁ କଂଗ୍ରେସର ନେତୃତ୍ୱ ଚୟନ କରି ଦଳକୁ ଗ୍ରାମ ପଞ୍ଚାୟତ ସ୍ତରରେ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ସାରା ରାଜ୍ୟରେ, ସାରା ଦେଶରେ ତୃଣମୂଳ ସ୍ତରରେ କର୍ମୀ ସମ୍ମିଳନୀ କରାଯାଇ ସେମାନଙ୍କ ଲିଖିତ ମତାମତ ସଂଗ୍ରହ କରି ବ୍ଲକ ଓ ଜିଲ୍ଲା ସଭାପତି ଚୟନ କରାଯିବ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଅଭିମନ୍ୟୁ ବେହେରା, ପର୍ଯ୍ୟବେକ୍ଷକ ଫକୀର ଜଗତ, ଜିଲ୍ଲା ଉପସଭାପତି ରଜନୀ କୁମାର ଓ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତି, କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାଣିକ୍ୟ ସୁନା, ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ଯୁବ ନେତୃତ୍ୱ ନୀରଜ ଶର୍ମା, ବରିଷ୍ଠ ନେତା ଚୂଳମଣୀ ଗଉଡିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ପ୍ରକ୍ରୀୟାରେ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ବ୍ଲକରୁ କର୍ମୀ ମାନଙ୍କ ଠାରୁ ନିଆଯାଇଥିବା ମତାମତକୁ ଭିତ୍ତି କରି ଜିଲ୍ଲା ସଭାପତି ଓ ଜିଲ୍ଲାର ୧୩ ଗୋଟି ବ୍ଲକର ବ୍ଲକ ସଭାପତି ଚୟନ କରାଯିବ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁସ୍ତାନ ଅଲ୍ଲୀ ସୂଚନା ଦେଇଛନ୍ତି। ଏହାପରେ ନର୍ଲା ବ୍ଲକ ଅଞ୍ଚଳରୁ ଆସିଥିବା କଂଗ୍ରେସର କର୍ମୀ ମାନଙ୍କ ଠାରୁ ଜିଲ୍ଲା ଓ ନର୍ଲା ବ୍ଲକ ନିମନ୍ତେ ସଭାପତି ଚୟନ ପାଇଁ ଲିଖିତ ଭାବରେ ମତାମତ ସଂଗ୍ରହ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ସମେତ ମଞ୍ଚାସୀନ ଅତିଥି ବୃନ୍ଦ ମାର୍ଗଦର୍ଶନ ଦେଇଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର, ଯୁବ ନେତୃତ୍ୱ ନୀରଜ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚୂଳମଣି ଗଉଡିଆ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ କର୍ମୀ ମାନଙ୍କ ମଧ୍ୟରେ ଗଣପତି ପରାଭୋଇ, ଅଲେଖ ସେନାପତି, ରୁପ୍ରାର ପୂର୍ବତନ ସରପଞ୍ଚ ଅକ୍ରୁର ସାହୁ, ମନୋଜ କରୁଆଁ, ତନୁ ମାଝୀ, ଦର୍ପ ସେନାପତି, କୁମୁଦ ନାଏକ, ସୁଦାମ ପଧାନ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.