ଏଡିବଲ ଅଏଲ ତରଫରୁ ନର୍ଲା ଫିଲ୍ଡ ଅଫିସର ପ୍ରିତିମୟୀ ମିଶ୍ର ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ କୃଷକ ହିତକର ଯୋଜନା ପାମ ତେଲ ଚାଷରେ ନର୍ଲା ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଯୋଡି ଗତ ତିନି ମାସ ମଧ୍ୟରେ ୧୦୬ ଏକର ଚାଷ ଜମିରେ ଏହି ଚାଷ ପାଇଁ ସଫଳତାର ସହିତ ଲେ-ଆଉଟ ଦେଇ ଚାରା ରୋପଣ କରେଇ ପାରିଥିବାରୁ ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା “ସର୍ଭେସାଇ ଏଡିବୁଲ ଅଏଲ” କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମଡି) ଭେଙ୍କେଟେସ ଗାରୁ ନର୍ଲାର କ୍ଷେତ୍ର ଅଧିକାରୀ ସୁଶ୍ରୀ ପ୍ରିତିମୟୀ ମିଶ୍ରଙ୍କୁ ଆଜି ଭବାନୀପାଟନାରେ କମ୍ପାନୀ ତରଫରୁ ଅନୁଷ୍ଠିତ ଏକ ସଭାରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏଜିଏମ ଚନ୍ଦ୍ର କୁମାର, ଡେପୁଟି ମ୍ୟାନେଜର ରଞ୍ଜନ ଦାସ, ଅଫିସ ପରିଚାଳକ କିଶନ କୁମାର, କେସିଙ୍ଗା କ୍ଷେତ୍ର ଅଧିକାରିଣୀ ସୁଶ୍ରୀ ଲିପସା ସାହୁ, ଭବାନୀପାଟଣାର ଏଫଓ ସୁଶ୍ରୀ ଦିପ୍ତୀମୟୀ ନାୟକ, ଗୋଲାମୁଣ୍ଡାର ଡଲି ବାଗ, ଧର୍ମଗଡର ସାହିଲ ସୁମନ ରଏ, କୋକସରାର ସୁନିଆ ମୁଦୁଲି, ଜୁନାଗଡର ପ୍ରତିବାଳା ସାହୁ, କାର୍ଯ୍ୟାଳୟ ପରିଚାଳକ କିସନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରିତିମୟୀ ମିଶ୍ରଙ୍କ ଏହି ସଫଳତା ସମସ୍ତ କର୍ମଚାରୀମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଡେପୁଟି ମ୍ୟାନେଜର ଶ୍ରୀ ଦାସ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.