ବିଜେଡିର ଜିଲ୍ଲା ସଭାପତି ଚୟନ; ରାୟଗଡ଼ା ପାଇଁ ଜଗନ୍ନାଥ ସାରକା, କୋରାପୁଟ ପାଇଁ ଝିନ ହିକକାଙ୍କୁ ଦାଇତ୍ୱ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାରେ ବହୁ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି ବିଜେଡ଼ିର ସଭାପତି ଚୟନ ପ୍ରକ୍ରିୟା | ଅନେକ ଦିନ ହେଲା ରାୟଗଡ଼ା ଜିଲ୍ଲାରେ ଭାସ୍କର ଓ ସୁଧୀର ଗୋଷ୍ଠୀକୁ  ନେଇ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ଦଳର ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏଥି ମଧ୍ୟରେ ଗୁରୁବାର  ତିନଟି ଜିଲ୍ଲାର ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚୟନ କରିଛନ୍ତି ମୁଖିଆ | ଏହି ପରିପେକ୍ଷୀରେ ରାୟଗଡ଼ା ଜିଲ୍ଲାରେ ସୁଧୀରଙ୍କ ଗୋଷ୍ଠୀ ବାଜି ମାରିଥିବା କହିଲେ କିଛିବି ଅତ୍ବକ୍ତି ହେବନାହିଁ | ତେବେ ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବାଜି ମାରି ବିଜେଡ଼ି ସରକାର ଶାସନ ସମୟରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଥିବା ଜଗନ୍ନାଥ ସାରାକାଙ୍କୁ ରାୟଗଡ଼ା ଜିଲ୍ଲାର ସଭାପତି ଭାର ନ୍ୟସ୍ତ କରାଯାଇଛି | ସେହିଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ୍ ହିକକା ଙ୍କୁ ପୁଣି ଥରେ କୋରାପୁଟ ଜିଲ୍ଲାର ଜିଲ୍ଲା ସଭାପତି ଭାବେ କାର୍ଯ୍ୟଭାର ପ୍ରଦାନ କରାଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.