ଅନ୍ତଃଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଚନ୍ଦନପୁର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଚନ୍ଦନପୁର ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଚନ୍ଦନ ପୁର ଦଳ ଚାମ୍ପିଅନ୍ ହୋଇଛି। ଚନ୍ଦନପୁର ସ୍ଥିତ ଶିବରାମ ଯୁବକ ସଂଘ ଦ୍ବାରା ୧୨ ବର୍ଷ ହେଲା ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଗତ ଅଗଷ୍ଟ ୨୮ ତାରିଖ କ୍ରୀଡ଼ା ଦିବସ ଉପଲକ୍ଷେ ଚନ୍ଦନପୁର ଖେଳ ପଡ଼ିଆଠାରେ ଅନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଆଜି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଚନ୍ଦନପୁର ଓ ରାୟଗଡା ଜିଲ୍ଲା ଡୁକୁମ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଡୁକୁମ ଦକକୁ କୁ ୨-୧ ଗୋଲରେ ହରାଇ ଚନ୍ଦନପୁର ଚାମ୍ପିଅନ୍ ହୋଇଥିଲା। ଫାଇନାଲ ମ୍ୟାଚରେ ସୁଜିତ ପଣ୍ଡା ଓ ଦେବରାଜ ପାତ୍ର ଖେଳ ପରିଚାଳନା କରିଥିବା ବେଳେ ମଧୁସୂଦନ ବାଗ ଧାରାବିବରଣୀ ଦେଇଥିଲେ। ଲାଇନମେନ ଭାବେ କ୍ଷେତ୍ର ବେହେରା ଓ ସଦାନନ୍ଦ ହିଆଲ ଦାଇତ୍ୱ ତୁଲାଇ ଥିଲେ। ସେହିପରି ଫାଇନାଲ ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଳକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ବିଜେପି ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାୟ, ଚମ୍ପାଦେଇ ପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, କରୁଣା କର ପ୍ରଧାନୀ, ପ୍ରଭାକର ପ୍ରଧାନୀ, ତରୁଣ ଦାସ, କିଶୋର ହରପାଲ, ସୁଶୀଲ କୁମାର ପାଟଯୋଶୀ, ଭୁବନେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ।ଆୟୋଜିକ ଶିବରାମ ଯୁବକ ସଂଘର ସଭାପତି ହରିଶ୍ଚନ୍ଦ୍ର ପ୍ରଧାନୀ ସଂପାଦକ ଗଣେଶ ଦଣ୍ଡସେନା, କୋଷାଦକ୍ଷ ହିତେଶ ପ୍ରଧାନୀ, ଶିବାରାମ ଯୁବକ ସଂଘର ସମସ୍ତ ସଦସ୍ୟ, ଗ୍ରାମବାସୀମାନେ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ। ଫୁଟବଲ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.