ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ କେମିଷ୍ଟ ଓ ଦ୍ରଗିଷ୍ଟ ଏସୋସିଏସନ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ଉମେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୩୦ ଜଣ କେମିଷ୍ଟ ଉପସ୍ଥିତ ଥିଲେ l ଏହି ଅବସରରେ ଜିଲ୍ଲାର ଭେଷଜ ନିରୀକ୍ଷକ ଉମାକାନ୍ତ ମେହେରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭେଷଜ ଟିକେଶ୍ଵରି ମାଝୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ସଭାରେ ସମ୍ପାଦକ ସତ୍ୟନାରାୟଣ ଦରୁଆନ, କୋଷାଧ୍ୟକ୍ଷ ପ୍ରଭାତ ଶତପଥୀ, ବରିଷ୍ଠ ସଭ୍ୟ ଦିଲୀପ ସୁବୁଦ୍ଧି, ଶାନ୍ତନୁ ମହାପାତ୍ର, ସଞ୍ଜୀବ ପାଣିଗ୍ରାହୀ, ସୁବାଷ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ଅନିଲ ଅଗ୍ରୱାଲ, ମିଲୁ ମାହାନା, ଜୟନାରାୟଣ ମେହେର, ମିତ୍ରଭାନୁ ସାହୁ, ପପୁ ଦଳାଇ, ପ୍ରେମ ରଞ୍ଜନ ନାୟକ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ କେମିଷ୍ଟ୍ ଉପସ୍ଥିତ ଥିଲେ ।