ଶ୍ରାବଣ ଶେଷ ସୋମବାର :  ନିଆର ଢଙ୍ଗରେ ମହାଦେବଙ୍କୁ ଜଳାଭିଷେକ କଲେ ବୋଲବମ୍ ଭକ୍ତ

କୋକସରା/ଧର୍ମଗଡ,୧୨/୮ : ଶ୍ରାବଣର ଶେଷ ସୋମବାରରେ ବିଭିନ୍ନ ଶୈବ ପିଠରେ କାଉଡିଆଙ୍କ ଭିଡଲାଗିଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରାଗୁଡା ଠାରେ ନିଆର ଢଙ୍ଗରେ ଜଳାଭିଷେକ କରିଛନ୍ତି ବୋଲବମ୍ ଭକ୍ତ । ଦିର୍ଘ ୨ କିଲୋମିଟ ଦୂରରେଥିବା ନଈରୁ ଶତାଧିକ ଭକ୍ତ ପାଣି ଉଠାଇ ଗୁରୁଣ୍ଡି ଗୁରୁଣ୍ଡି ଆସି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ବିଶ୍ୱାସ ରହିଛି ଯେ, ଏହିଭଲି ସାଧନାସହ ଶିବଙ୍କ ଠାରେ ଜଳ ଲାଗି କଲେ ନିଜର ମାନସିକ ପୂର୍ଣ୍ଣ ହେବା ସଙ୍ଗେ ସମାଜର ମଙ୍ଗଳ ହୋଇଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି କୋକସରା ବ୍ଲକର କୁସୁମଖୁଣ୍ଟି ଶବପୀଠରେ ଶତାଧିକ ବୋଲବମ୍ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ବ୍ଲକର ବଡକେନ୍ଦୁଗୁଡା ସ୍ଥିତ ଝାରବନ୍ଦ, ରେଙ୍ଗାଲପାଲି, ବଡପୋଡାଗୁଡା, ସୀଉନି, କୋକସରା, ମୂଷାପାଳି, ଓଳମା ଆଦି ଶୈବପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ ଲାଗିରହିଥିଲା । ବୋଲବମ୍ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ସୃଙ୍ଖଲା ନିମନ୍ତେ ବ୍ୟପକ ବ୍ୟବସ୍ଥା କରିବା ସହ ଭକ୍ତଙ୍କ ସକାଶେ ଅର୍ଣ୍ଣ ପ୍ରଶାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Udyog Nursery
Udyogi Nursery
କୋକସରା ରୁ ହିରଣ୍ୟ ବେହେରା ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.