ଫେଟଫୁଲା ନଦୀରେ ଭାସି ଯାଇ ନିଖୋଜ ହୋଇଥିବା ଯୁବକର ଗଳିତ ଶବ ଉଦ୍ଧାର

୭ ଦିନପରେ ଉଦ୍ଧାର ହେଲା ଶବ, ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର

Omkar Vasthu
Omkar Vasthu

କଳାହାଣ୍ଡି,୧୨/୮ : କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ସଦରଥାନା ଅଧିନସ୍ତ କାଠକୁରା ଗାଁର ଲେଲି ମାଝୀଙ୍କ ପୂଅ ସେନନ୍ତ ମାଝି ଓରଫ ସେନ (୩୨) ଙ୍କ ଗଳିତ ଶବ ୭ ଦିନ ପରେ ଥୁଆମୁଲ ରାମପୁର ପୋଳିସ୍ ଉଦ୍ଧାର କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୁଚନା ମୂତାବକ, ମୃତ ସେନ ଗତ ୬/୮/୧୯ ତାରିଖ ଦିନ ରାନିପର୍ବ ମାନିବା ପାଇଁ ନିକଟସ୍ଥ କାଶିପୁର ବ୍ଲକ ଚନ୍ଦ୍ରଗିରିକୁ ସାମଗ୍ରୀ କିଣିବାକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ସେ ନିଜଗାଁ କାଠକୁରାକୁ ଫେରିବା ସମୟରେ ମୁନୁସ ଗାଁ ନିକଟସ୍ଥ ପେଟଫୁଲା ନଦି ସ୍ରେତରେ ଭାସି ଯାଇଥିବା ଜଣାପଡିଥିଲା । ଏନେଇ ପରିବାର ପକ୍ଷରୁ କାଶୀପୁର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ହେଲେ ଆଜି ମହିଲାପାଟଣା ପଂଚାୟତର ପଣ୍ଡପୁଷ ଠାରେ ଏକ ଶବ ଭାସୁଥିବା ଦେଖି ସ୍ଥାନିୟ ଲୋକେ ନିଖୋଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପୋଳିସ କୁ ଖବର ଦେବାପରେ ଘଟଣା ସ୍ଥଲରେ ଥୁଆମୁଲ ରାମପୁର ଥାନାଧିକାରୀ ମନୋରଂଜନ କୁମ୍ଭାର, ତହସିଲଦାର ବିନୟ କୁମାର ଭୋଇ, ଏ.ଏସ୍.ଆଇ. ସୁମେଶ୍ୱର ବାଗ, ଡବ୍ଲୁଡିସି ମେମ୍ବର ମାଣିକ୍ୟ ଚନ୍ଦ୍ର ନାଏକ, ବିରିକୋଟ ସମିତି ସଭ୍ୟ ପବିତ୍ର ନାଏକ, ଥୁଆମୁଲ ରାମପୁର ସରପଂଚ ଅମର ସିଂ ମାଝୀ, ମୁକୁନ୍ଦ ଧ. ମାଝୀ ପ୍ରମୂଖ ପହଞ୍ଚଥିଲେ । ପୋଳିସ ଶବ ଉଦ୍ଧାର କଳାପରେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ । ପୋଲିସ ଶବ ବ୍ୟବଛେଦ ପାଇଁ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ବ୍ୟବଛେଦ ପେରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହିତ ଥୁଆମୁଲ ରାମପୁର ଥାନାରେ ଏକ ଅପମୃତୁ ମାମଲା ରୁଜୁକରିଥିବା ଥାନାଧିକାରୀ ଶ୍ରୀ କୁମ୍ଭାର ପ୍ରକାଶ କରିଛନ୍ତି । ମୃତକଙ୍କ ସ୍ତ୍ରୀ ସମେତ ୨ ପୂଅଝିଅ ରହିଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଅସହାୟ ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

 

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.