ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ମୃତ୍ତିକା ପୂଜା ଓ ସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି | ଏଥିରେ ଇନ୍ଦ୍ରଜିତ ଥନାପତି ପୂଜକ ଦାୟିତ୍ୱ ତୁଲାଇଥିଲେ | ମୃତ୍ତିକା ସଂଗ୍ରହ ପରେ ପୂଜା ଅନୁଷ୍ଠିତ ହୋଇ ମୃତ୍ତିକାକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା | ଅକ୍ଷୟ ରଣା, ଆନନ୍ଦ ପାତ୍ର, ବିରଞ୍ଚି ରଣା, ରାଜକୁମର କଲେତ, ଦୁଃଖିଶ୍ୟାମ ରଣା, ମକରନ୍ଦ ରଣା, ଟିକେଚନ ସେଠ, ପଦ୍ମନ ରଣା, ସୁନାରି ରଣା ପ୍ରମୁଖ ଉପସ୍ଥିତ ରହିଥିଲେ | ଏବର୍ଷ ପୂଜା ବହୁ ଯାକଜମକରେ ଆୟୋଜନ ନେଇ ସିଦ୍ଧାନ୍ତ ହୋଇଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ |