ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ବିକାଶ ମଞ୍ଚର ସଭାପତି ପ୍ରଦୀପ କୁମାର ନାଏକଙ୍କ ସମେତ ମଞ୍ଚର ଉପ ସଭାପତି ଜଗନ୍ନାଥ ସାହୁ, ସଧାରଣ ସମ୍ପାଦକ ଚିରଞ୍ଜିବୀ ଗୌଡିଆ, ବରିଷ୍ଠ କର୍ମକର୍ତ୍ତା ଆଇନଜୀବୀ ଡୋଳାମଣି ସାହୁ, ସମାଜସେବୀ ସମୀର ଚାନ୍ଦ ପ୍ରମୁଖ ମଞ୍ଚାସୀନ ରହି ନର୍ଲାକୁ ଏନଏସି ମାନ୍ୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ନର୍ଲା ବିକାଶ ମଞ୍ଚ ଓ ନର୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହାସହ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ମଧ୍ୟ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।