ବହୁଜନ ସମାଜ ପାର୍ଟି ରାଜ୍ୟ ସଭାପତି ଜିତେନ୍ଦ୍ର ଜାକାକାଙ୍କୁ ରାୟଗଡ଼ାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ସଦର ମୋହକୁମା ଠାରେ ସାରା ଜିଲ୍ଲାର ବହୁଜନ ସମାଜ ପାର୍ଟି କାର୍ଯ୍ୟକର୍ତ୍ତା ଓ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଧିମାନ ଜିତେନ୍ଦ୍ର ଜାକାକା ( ଜିତୁ ଭାଇ ) ଙ୍କ ନିର୍ଦେଶରେ ସାରା ଜିଲ୍ଲାର ବ୍ଲକ ସଭାପତି ମାନଙ୍କ ନେତୃତ୍ୱ ରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ମହିଳା ପୁରୁଷ ଏକତ୍ର ହୋଇ ସ୍ଥାନୀୟ ରେଳବାଇ ଷ୍ଟେସନ ନୂତନ ରାସ୍ତା ମାନ୍ୟବର ଓଡ଼ିଶା ପ୍ରଭାରୀ ଲାଲ ଜୀ ମେଧାନକର ଓ ରାଜ୍ୟ ସଭାପତି ଧିମାନ ସରୋଜ କୁମାର ନାଏକ ଙ୍କୁ ପୁଷ୍ପ ମାଲ୍ୟ, ପୁଷ୍ପ ଗୁଛ ଓ ଉପଢକନ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ଏହାପରେ ସେହି ସ୍ଥାନରୁ ରୁ ନାରାବାଜି ସହ ପାରମ୍ପରିକ ବାଦ୍ୟ ବଜାଇ ନାଚ ଗୀତର ମୁସଗିଲରେ ବାଣ ଫୋଟାଇ ସହରର ମୁଖ୍ୟ ରାସ୍ତା ଦେଇ ବିଜୁ ପଟ୍ଟନାୟକ ବସ୍ ଟରମିନାଲ ପାର୍ଶ୍ଵରେ ଅବସ୍ଥାପିତ ଭାରତ ରତ୍ନ ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ରାଜ୍ୟ ସଭାପତି ଧିମାନ ନାଏକ ଆଗାମୀ ଦିନରେ ଓଡ଼ିଶା ରେ ବହୁଜନ ସମାଜ ପାର୍ଟି ନିଶ୍ଚିତ କିଛି ପରିବର୍ତ୍ତନ ଆଣି ପାରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିବା ବେଳେ ଜିଲ୍ଲା ସଭାପତି ଧିମାନ ଜାକାକା ମଧ୍ୟ ଜିଲ୍ଲାରେ ଧିମାନ ନାଏକଙ୍କ କଥା କୁ ସହମତି ଦେଇ ଜିଲ୍ଲାକୁ କିଭଳି ନିଜ ଅକ୍ତିଆରକୁ ନେଇ ଏକ ନମ୍ବର ପାର୍ଟି ଭାବେ ପରିଗଣିତ କରାଇବା ଭଳି ବକ୍ତବ୍ୟ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.