ଭୁଶୁଡିଲା ମାଟି ଘର: ୩ ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମରେ ଶନିବାର ଏକ କଚ୍ଚା ଘର ଭୁଶୁଡ଼ି ଯିବାରୁ ଚାପିହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ୫ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। ସମସ୍ତ ଗୁରୁତରଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ଜଣାପଡିଛି। ଗୁରୁତର ମାନେ କନ୍ଦାବୁଟୁରା ଗ୍ରାମର ଯଦୁମଣି ପାତ୍ରଙ୍କ ସ୍ତ୍ରୀ ରତ୍ନୀ ପାତ୍ର (୬୦), ପୁତୁରା ଯୁଧିଷ୍ଠି ପାତ୍ର (୫୫) ଓ ନାତୁଣୀ ଇଶ୍ବରୀ ପାତ୍ର (୫) ବୋଲି ଜଣାପଡ଼ିଛି।
ସେମାନେ ଆଜି ଅପରାହ୍ନରେ ବସି ଥିବାବେଳେ ଦୁର୍ବଳ ଅବସ୍ଥାରେ ଥିବା କଚ୍ଚା ଘର ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଚାଲ ଛପର କାନ୍ଥ ପଡ଼ିଥିବା ରତ୍ନୀ, ଯୁଧିଷ୍ଠି ଓ ଇଶ୍ବରୀ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ସମ୍ପର୍କୀୟ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.