ଜମିକୁ ମାଡୁନି ପାଣି, ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାର ଜଳ ସେଚନ ବିଭାଗ ଦ୍ୱାରା ଚାଷୀଙ୍କ ଜମିକୁ ପାଣି ମାଡି ବିଭିନ୍ନ ଫସଲ ପାଇଁ ଖରଖରୀ ନଈକୁ ଆନିକେଟ କରି ଅନ୍ୟ ଏକ କେନାଲ ଦ୍ୱାରା ପାଣି ମାଡିବାର ସୁବନ୍ଦୋବସ୍ତ କରିଥଲେ ମଧ୍ୟ କିଛି ଅସାଧୁ ବ୍ୟକ୍ତି ଆନିକେଟ ଗେଟ ପଟା କୁ ଖୋଲି ମାଛ ମାରି ଅଜସ୍ର ଅର୍ଥ ରୋଜଗାର କରୁଛନ୍ତି | ଯାହାଦ୍ୱାରା ବିକଳ୍ପ କେନାଲରେ ପାଣି ଯାଉନାହିଁ ଏବଂ ସରକାର ଙ୍କ ଦ୍ୱାରା ଏହି ସଫଳ କାର୍ଯ୍ୟକ୍ରମ ଚାଷୀଙ୍କ ବିଲରେ ପାଣି ମାଡି ପାରୁନାହିଁ | ଯାହାଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି | ବିଳାସ ପୁରଗାଁ ନିକଟରେ ଥିବା ଏହି ଖରଖରୀ ଆନିକେଟ ସେତୁ ଡ଼ି ଡ଼ି ଡାୱାଲ ଏମ ଆଇବ୍ରହ୍ମପୁର ଡିଭିଜନ (୨) ଅଧୀନରେ ଅଛି | ସ୍ୱାମୀ ଗୋପୀନାଥ ପାଣିପାଞ୍ଚାୟତଦ୍ୱାରା ସଭାପତି ଏନ ରାମ ଚନ୍ଦ୍ର ରେଡି, ସେକ୍ରେଟେରୀ ସୁବାସ ମହାରଣା ଉପସଭାପତି ରଞ୍ଜିତା ବେହେରା ଓ କୋଷାଧକ୍ଷ ଝଡିଆ ବେହେରାଙ୍କ ସହିତ ଶତାଧିକ ଚାଷୀ ବାରମ୍ବାର ଅଭିଯୋଗ କରି ବିଭାଗୀୟ ଅଧିକାରୀ ଙ୍କୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନି । ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ପ୍ରତେକ ଗ୍ରାମର ଚାଷୀ ଉପକୃତ ହେବେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.