ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ନିଶା ନିବାରଣ ଅଭିଯାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶନିବାର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ପ୍ରିନ୍ସପାଲ ନାରାୟଣ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସଏସ ଅଧିକାରୀ ପ୍ରାଧ୍ୟାପକ ସୁଶାନ୍ତ କୁମାର ସାହୁ ବର୍ତ୍ତମାନର ଯୁବ ଗୋଷ୍ଠୀ କେମିତି ବିପଥଗାମୀ ହେଉଛନ୍ତି, ନିଶା ସେବନ କରି ଅପରାଧ କରି ବସୁଛନ୍ତି। ନିଶା ହେଉଛି ନର୍କ। ଆମେ ଥରେ ଏହି ଚକ୍ରବ୍ୟୁହରେ ପଡ଼ିଲେ ମୁକୁଳିବା ଅସମ୍ଭବ ବୋଲି କହିବା ସହ ଏଥିରୁ କିଭଳି ନିବୃତ ରହିବେ ସେଥିପ୍ରତି ଯତ୍ନବାନ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ କଲେଜରୁ ଏକ ଶୋଭାଯାତ୍ରା ବାହାରି ନର୍ଲା ନଗର ପରିକ୍ରମା କରି ଗ୍ରାମର ବିଭିନ୍ନ ସ୍ଥାନରେ ନିଶା ନିବାରଣ ନାରା ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହି ଅଭିଯାନରେ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଭୂଗୋଳ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ମନୋଜ କୁମାର ନନ୍ଦ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.