୧୦୧ କେଜି ଗଞ୍ଜେଇ ଭର୍ତ୍ତି କାର ଓ ବ୍ୟବହୃତ ବାଇକ ଜବତ; ୩ ଅଟକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା -ସୋନପୁର ମୁଖ୍ୟ ରାସ୍ତାରେ ଏକ ନମ୍ୱର ବିହୀନ ବିଳାସପୂର୍ଣ୍ଣ କାରରେ ଗଞ୍ଜେଇ ଭର୍ତ୍ତି ହୋଇ ଦୃତଗତିରେ ଆସୁଥିବା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଉକ୍ତ କାର ଦୃତଗତିରେ ଆସୁଥିବାରୁ ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଙ୍କ ନେତୃତ୍ୱରେ ଷ୍ଟାଫ ଥାନା ସମ୍ମୁଖରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କାରଟି ଅଟକି ନ ଥିଲା l ପରେ ତାକୁ ପିଛାକରି ଗୋଲାପଡ଼ା ଛକ ନିକଟରେ ଅଟକାଇ ଥିଲେ । କାରରେ ଥିବା ଥିବା ଅଭିଯୁକ୍ତମାନେ ପୁଲିସକୁ ଦେଖି ଫେରାର ମାରୁଥିଲେ କିନ୍ତୁ ସେମାନଙ୍କୁ ପୁଲିସ କାବୁ କରି ଧରିବାରେ ସଫଳ ହୋଇଥିଲା l ଏହାକୁ ପାଇଲଟିଂ କରୁଥିବା ଗୋଟିଏ ବାଇକ କୁ ମଧ୍ଯ କାବୁ କରିଥିଲା ପୋଲିସ । ଏଥିରେ ଥିବା ୨ ଜଣ ଯୁବକ ଓ ଜଣେ ଯୁବତୀ ମୋଟ ୩ ଜଣକୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଘଟଣାସ୍ଥଳକୁ ଆସିଲା ପରେ କାର ଖୋଲି ଗଞ୍ଜେଇ ବାହାର କରାଯାଇ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ଉପସ୍ଥିତିରେ ଆଜି ଓଜନ କରାଯାଇଛି । ଏଥିରେ ପ୍ରାୟ ୧ କୁଇଣ୍ଟାଲ ୧ କେଜି ଗଞ୍ଜେଇ ଥିଲା ବୋଲି ଜଣାପଡିଛି l ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.