ଦିବଂଗତ ରାଜନେତା ରାଜେନ୍ଦ୍ର ଢୋଲକିଆଙ୍କୁ କଳାହାଣ୍ଡି ବିଜେଡ଼ି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଙ୍ଗଳବାର ଦିନ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଯାଇଛି। ଆଜି ବୁଧବାର କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଭବାନୀପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ ଢୋଲକିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଭବାନୀ ଶଙ୍କର ମିଶ୍ର, ନଗରପାଳ ବିଷ୍ଣୁ ପ୍ରଧାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ବିସିସିବି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ପୂର୍ବତନ ପୋରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଯୁବ ବିଜେଡି ନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଧର୍ମେନ୍ଦ୍ର ନାଏକ, ପ୍ରଶାନ୍ତ ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ବଦ୍ରିନାରାୟଣ ପଟ୍ଟନାୟକ, ପରମାନନ୍ଦ ମାଝୀ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ରାଜୀବ ଲୋଚନ ଶତପଥି ସୁନନ୍ଦା ସାହୁ, ପ୍ରତିଭା ଚୌହାନ, ମଧୁ ନାଗ, ସୁତପା ବହିଦାର, ପିତବାସ ବେହେରା, ମାନସ ବାଗ, ଜୟଶ୍ରୀ ଅଗ୍ରୱାଲ, ପ୍ରଶାନ୍ତ ଠାକୁର ତଥା ସମସ୍ତ କାଉନସିଲର ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.