ଭାଜପା ସିଦ୍ଧେଶ୍ଵରୀ ମଣ୍ଡଳ ପକ୍ଷରୁ ସେବାପକ୍ଷ ପାଳନର କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ବରୀ‌ ମଣ୍ଡଳ ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ଅକ୍ଟବେର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ କାର୍ଯ୍ୟକ୍ରମର କର୍ମଶାଳା ସିଦ୍ଧେଶ୍ଵରୀ ମଣ୍ଡଳ ଭାଜପା ସଭାପତି ଶ୍ରୀ ଦୀପ୍ତି ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ ଯୋଗଦେଇ ମଣ୍ଡଳ ସ୍ତରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆୟୋଜନ, ସ୍ବଚ୍ଛ ଭାରତ ଅଭିଯାନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯିବା ସହ ମୋଦିଜୀଙ୍କ ଜୀବନୀ ଉପରେ ପୁସ୍ତକ ବଣ୍ଟନ ଆଦି କାର୍ଯ୍ୟକ୍ରମ କରିବା ପାଇଁ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ଏହି କର୍ମଶାଳାରେ ବରିଷ୍ଠ ବିଜେପି ନେତା ଶ୍ରୀ ରମେଶ ଚନ୍ଦ୍ର ସାମନ୍ତସିଂହାର, ଶ୍ରୀ ହାଡ଼ୁବନ୍ଧୁ ପ୍ରଧାନ,ଶ୍ରୀ ହରିହର ସାହୁ,୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଶ୍ରୀ ତପନ ପ୍ରଧାନ, ଶ୍ରୀ ଜଗନ ପାଟ୍ଟଶାଣୀ, କୁଲେଇ ଗ୍ରା:ପ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ପ୍ରକାଶ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.