ବାଲେଶ୍ଵର ବାଘା ଯତୀନ ଉନ୍ନୟନ କମିଟି ତରଫରୁ ପାଳିତ ହେଲା ସହିଦ ବାଘା ଯତୀନଙ୍କ ୧୧୦ତମ ସ୍ମୃତି ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ବାରବାଟି ବାଳିକା ହାଇସ୍କୁଲ ଠାରେ ଆଜି ୧୦ ଘଟିକା ସମୟରେ ସହିଦ ବାଘା ଯତୀନଙ୍କ ୧୧୦ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସହୀଦ ସ୍ମୃତି ଦିବସ ପାଳନ ପରିପ୍ରେକ୍ଷୀରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ବାଲେଶ୍ଵର ଜାତୀୟ ରାଜପଥ ଡାକ ବଙ୍ଗଳାରେ “ରକ୍ତତୀର୍ଥ” ଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା ପରେ ପରେ ବାଲେଶ୍ଵର ସହରାଞ୍ଚଳରେ ଥିବା ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣି ଗୋପବନ୍ଧୁ, ଫକୀର ମୋହନ ଗୋଲେଇ ଠାରେ ଫକୀର ମୋହନ ସେନାପତି, ଫାଣ୍ଡି ଛକ ଠାରେ ବିଜୁ ପଟ୍ଟନାୟକ, ଟାଉନ ହଲ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ରାଜା ବୈକୁଣ୍ଠନାଥ ଦେବ, ସିନେମା ଛକର ସହିଦ ପାର୍କ ଠାରେ ମହାତ୍ମା ଗାନ୍ଧୀ ସମେତ ମହାନ ତଥା ବିଶିଷ୍ଟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ବୃନ୍ଦ ମାଲ୍ୟାର୍ପଣ ପରେ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ ହୋଇଥିଲେ। ଏହି ଦିବସ ପାଳନ ଅବସରରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରି ସହିଦ ବାଘା ଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ୍ କୁମାର ଦେବ ଦିବସ ପାଳନ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖିଥିବା ବେଳେ କମିଟିର ସମ୍ପାଦକ ହରେନ୍ ଚନ୍ଦ୍ର ରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ। ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ଦତ୍ତ ସହିଦ ଵାଘା ଯତୀନଙ୍କ ଉଦମ୍ୟ ସାହସିକତା,ବଳିଷ୍ଠ ନେତୃତ୍ବ ଏବଂ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମୀ ଇତିବୃତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟାନ୍ୟ ଅତିଥି ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ସହିଦ ବାଘା ଯତୀନଙ୍କ ଆମର ଗାଥାର ସ୍ମୃତିଚାରଣ କରିଥିଲେ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯିବା ପରେ ବାଘା ଯତୀନ କ୍ଲବ ଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ରକ୍ତ ଦାନ ଶିବିରର ଶୁଭ ଉଦଘାଟନ ହୋଇଥିଲା। ବାଘା ଯତୀନ ହାଇସ୍କୁଲ, ଚଷାଖଣ୍ଡ ଦେଶୁଆ ପୋଖୋରୀ ସ୍ଥିତ ‘ରକ୍ତ ତୀର୍ଥ’ କ୍ଷେତ୍ରରେ ବିପ୍ଳବୀ ବାଘା ଯତୀନଙ୍କ ବାଲେଶ୍ଵର ଜେଲ୍ରେ ଫାଶୀ ମଞ୍ଚ ଓ ସ୍ମୃତି ମଣ୍ଡପରେ ସହିଦମାନଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରାଯାଇଥିଲା। ବିଭିନ୍ନ ସ୍କୁଲ ମାନଙ୍କରେ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.