ଜଳେଶ୍ୱର ରେଳଷ୍ଟେସନରେ ସର୍ଭିସ ଇମପ୍ରୁଭମେଣ୍ଟ ଗ୍ରୁପ୍‌ର ନିରୀକ୍ଷଣ : ନିରୀକ୍ଷଣର ନେତୃତ୍ୱ ନେଲେ ଏ.ଡି.ଆର୍.ଏମ୍‌ ଦେବଜୀତ ଦାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଯାତ୍ରୀ ସୁବିଧା ବିକାଶ ଓ ଷ୍ଟେସନ ଆଧୁନିକୀକରଣ ପାଇଁ ଆଜି ଜଳେଶ୍ୱର ରେଳଷ୍ଟେସନରେ ସର୍ଭିସ ଇମପ୍ରୁଭମେଣ୍ଟ ଗ୍ରୁପ୍‌ (ଏସଆଇଜି) ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଏହି ନିରୀକ୍ଷଣର ନେତୃତ୍ୱ ନେଇଥିଲେ ଖଡଗପୁର ମଣ୍ଡଳର ଏ.ଡି.ଆର୍.ଏମ୍‌ (ଇନ୍ଫ୍ରା) ଶ୍ରୀ ଦେବଜୀତ ଦାସ। ସେ ପୁନର୍ବିକାଶ କାର୍ଯ୍ୟରେ କେଉଁ ପ୍ରକାର ପ୍ରଗତିହୋଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟତଃ ଯାତ୍ରୀ ପ୍ରତୀକ୍ଷାଳୟ, ବସିବା ବ୍ୟବସ୍ଥା, ଯାତ୍ରୀ ସୂଚନା ପ୍ରଣାଳୀ ଓ ପରିସର ବିକାଶର ଅବସ୍ଥା କିପରି ଅଛି ତାହା ଯାଞ୍ଚ୍ କରାଗଲା। ପ୍ଲାଟଫର୍ମ ଓ ଷ୍ଟେସନ୍ ପରିସରର ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ବିଶେଷ ଗୁରୁତ୍ୱ ଦେଇଥିଲେ ନିରୀକ୍ଷକ ଶ୍ରୀ ଦାସ୍। ପେ-ଏଣ୍ଡ-ୟୁଜ୍ ଶୌଚାଳୟର କାର୍ଯ୍ୟକଳାପକୁ ମଧ୍ୟ ନିରୀକ୍ଷଣ କରାଯାଇ ଯାତ୍ରୀମାନେ କିପରି ସହଜରେ ତାହା ବ୍ୟବହାର କରିପାରିବେ ତାହା ସୁନିଶ୍ଚିତ କରାଯାଇଥିଲା। ସେଥିସହିତ ସ୍ଥାନୀୟ ପ୍ରଦର୍ଶନୀ ଓ ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ “ଓ୍ଵାନ୍ ଷ୍ଟେସନ୍ ଓ୍ଵାନ୍ ପ୍ରୋଡକ୍ଟ” (OSOP) ଷ୍ଟଲର ସମୀକ୍ଷା ମଧ୍ୟ କରାଯାଇଥିଲା।ନିରୀକ୍ଷଣ ସମୟରେ ବିଭିନ୍ନ ବିଭାଗର ମଣ୍ଡଳୀୟ ଅଧିକାରୀମାନେ ଶ୍ରୀ ଦାସଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ଚାଲୁରହିଥିବା କାର୍ଯ୍ୟକୁ ଆକଳନ କରି, ଯାତ୍ରୀ ସୁବିଧା ଓ ଷ୍ଟେସନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରୟାସ କରାଯିବା ବିଷୟରେ ଆଲୋଚନା କରିଥିଲେ। ଅଧିକାରୀମାନେ କହିଥିଲେ ଯେ, ଖଡଗପୁର ମଣ୍ଡଳ ଅମୃତ ଷ୍ଟେସନ୍ ଯୋଜନାର ଲକ୍ଷ୍ୟାନୁସାରେ ନିରାପଦ, ସ୍ୱଚ୍ଛ ଓ ଯାତ୍ରୀ-ଅନୁକୂଳ ଷ୍ଟେସନ୍ ପ୍ରଦାନ କରିବାକୁ ପ୍ରତିବଦ୍ଧ ଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.