ରାୟପୁରରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତାଳେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କମଳା ଦେବୀ ସଙ୍ଗୀତ ମହାବିଦ୍ୟାଳୟ ତରଫରୁ ପଲୁସ୍କର ସ୍ମୃତି ତଥା ଡ଼ଃ ଶ୍ରୀମତୀ ଅନିତା ସେନ୍ ଜୟନ୍ତୀ ଛତିଶଗଡ ସ୍ଥିତ ରାୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଭାତଖଣ୍ଡେ ଲଳିତକଳା ଶିକ୍ଷା ସମିତି ଦ୍ଵାରା ସଂଚାଳିତ କମଳା ଦେବୀ ସଙ୍ଗୀତ ମହାବିଦ୍ୟାଳୟ ଛତିଶଗଡର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ।

ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ।କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନର ମୁଖ୍ୟ ଗୁରୁ ପୁଷ୍ପିତା ମିଶ୍ର ମୁଖ୍ୟ କଳାକାର ଭାବରେ “ଅହଲ୍ୟା” ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ।

ପରେ ପରେ କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଥମେ ସରସ୍ଵତୀ ବନ୍ଦନା ପରେ ପରେ ଶାସ୍ତ୍ରୀୟ ଗାୟନ ଓ ଲୋକ ସଙ୍ଗୀତ ପରିବେଷଣ କରିଥିଲେ।

ଓଡ଼ିଶାରୁ କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନର ମିତା ଦାସ, ଡଃ ସୁସ୍ମିତା ଦାଶ, ଶ୍ରୀୟାଶ୍ରୀ ପତି, ଅଦ୍ୟାସା ମିଶ୍ର , ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ତାରିଣୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ନୃତ୍ୟଗୁରୁ, କଣ୍ଠଶିଳ୍ପୀ, କଳାକାର ଏବଂ ଦର୍ଶକ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.