ଗାଁ ଗାଁରେ ପହଞ୍ଚି ଜନସାଧାରଣଙ୍କ ସମସ୍ୟା ବୁଝୁଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୃଣମୂଳ ସ୍ତରରେ ପହଞ୍ଚି ଜନସାଧାରଣଙ୍କ ସମସ୍ୟା ବିଷୟରେ ଜାଣିବା ସହ ସେସବୁର ସମାଧାନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି। ଶ୍ରୀ ମହାନ୍ତି ନର୍ଲା ନିର୍ବାଚନ ମଣ୍ଡଳୀର କର୍ଲାମୁଣ୍ଡା ଗଜବାହାଲ ଠାରେ ବିଭିନ୍ନ ସମସ୍ୟା ଯଥା; ବିଜୁଳି, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଘାଟ, ବିଶେଷ କରି ଲୋକେ ଯେପରି ମୌଳିକ ସୁବିଧାରୁ ବଞ୍ଚିତ ହେବେ ନାହିଁ, ସାଧାରଣ ଲୋକ ମାନଙ୍କ ସମସ୍ୟା କିପରି ଭାବରେ ସମାଧାନ ହେବ ସେନେଇ ଆଲୋଚନା କରିଥିଲେ। ଏହି ସମୟରେ କର୍ଲାମୁଣ୍ଡା ଅଧ୍ୟକ୍ଷା କୁନି ସାହୁ, ମ.ରାମପୁର ଅଧ୍ୟକ୍ଷାଙ୍କ ପ୍ରତିନିଧି ବିକାଶ ରଞ୍ଜନ ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ଶ୍ରୀ ମହାନ୍ତି ହାତୀଖୋଜର ସିଙ୍ଗାରିବାହାଲ ଗ୍ରାମକୁ ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ଶୁଣିଥିଲେ। ଏହାର ଆସୁ ସମାଧାନ କିପରି ହୋଇ ପାରିବ ସେ ବିଷୟରେ ଲୋକଙ୍କ ସହ ଆଲୋଚନା କରି ସେ ସବୁର ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.