ମହେନ୍ଦ୍ରପୁରଠାରେ ଜଳ ବିଭାଜିକା ହିତାଧିକାରୀ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହେନ୍ଦ୍ରପୁର ଗ୍ରାମଠାରେ ଜଳ ବିଭାଜିକା ତରଫରୁ ହିତାଧିକାରୀ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ସରପଞ୍ଚ ନୌକେଶ୍ୱର ପଟେଲ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଲୋଚନ ସାହୁ, ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଜଳ ବିଭାଜିକା ତରଫରୁ ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଆରଏଡି ଯୋଜନା ଜରିଆରେ ମହେନ୍ଦ୍ରପୁର ଗ୍ରାମର ବିକାଶ ପାଇଁ ଏହି ଗ୍ରାମକୁ ପାଇଲଟ ପ୍ରୋଜେକ୍ଟରେ ନେଇଥିବା ବେଳେ ଏହି ଗ୍ରାମର ଲୋକଙ୍କୁ ପନିପରିବା ଚାଷ, ତୈଳ ବୀଜ ଜାତୀୟ ଚାଷ, କୁକୁଡ଼ା ପାଳନ, ଛେଳି ଚାଷ, ମହୁ ଚାଷ, ଜିଆ ଉତ୍ପାଦନ ପାଇଁ ସରକାରୀ ସହାୟତା ପ୍ରଦାନ କରାଯିବ । ମୃତ୍ତିକା ସଂରକ୍ଷଣ ବୈଶୟୀକ ତାଲିମ ଦାତା ରାମେଶ୍ବର ବାଗ ଏହି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଗ୍ରାମବାସୀଙ୍କୁ ବିଶଦ ଆଲୋଚନା କରି ବୁଝାଇଥିଲେ । ମୃତ୍ତିକା ସଂରକ୍ଷଣ ବ୍ଲକ ଅଧିକାରୀ ସୁରଥ ମାଝୀ ଏହି ଯୋଜନାର ସଠିକ୍ ରୂପାୟନ କରିବାକୁ ଆହ୍ୱାନ ଦେବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯୟକ୍ରମରେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.