ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏସଟି/ଏସସି ମାନଙ୍କୁ ସମାଜିକ ସୁରକ୍ଷା ଦେବା ନିମନ୍ତେ ୧୯୮୯ ମସିହାରେ ପାର୍ଲିଆମେଣ୍ଟ ଦ୍ଵାରା ଏସଟି/ଏସସି ଜାତିଆଣ ନିର୍ଯ୍ୟାତନା ଆଇନ ପାସ କରାଯାଇଥିଲା। ଏବଂ କୌଣସି ଏସଟି/ଏସସି ଙ୍କୁ ଜାତିଆଣ ଅତ୍ୟାଚାର ହେଲେ ଡିଏସପି ରେଙ୍କର ଅଫିସର ତଦନ୍ତ କରିବା ବ୍ୟବସ୍ଥା କରାଯାଇଥିଲା। ଏତେ ମଜବୁତ ଆଇନ ଥିବା ସତ୍ବେ ଆଜି ମଧ୍ୟ ସାରା ରାଜ୍ୟରେ ଏସଟି/ଏସସି ମାନଙ୍କ ଉପରେ ଜାତିଆଣ ଅତ୍ୟାଚାର ବଢିବାରେ ଲାଗିଛି।ଏହି ପରିପ୍ରେକ୍ଷୀରେ ରାଜ୍ଯ ସରକାରଙ୍କ ଗୃହ ବିଭାଗ ଗତ ତା ୩୦/୮/୨୦୨୫ ଦିନ ଏଟ୍ରୋସିଟି ଆଇନକୁ ସଂଶୋଧନ କରି ଜାତିଆଣ ଅତ୍ୟାଚାର କେସ କୁ ଡିଏସପି ରେଙ୍କର ଅଫିସର ତଦନ୍ତ କରିବା ବଦଳରେ ଆଇଆଇସି ଓ ଏସଆଇ ମାନଙ୍କୁ ତଦନ୍ତ ଦାୟୀତ୍ୱ ଦେବା ନିଷ୍ପତ୍ତି ନିଆଯାଇଥିବାଜଣାପଡ଼ିଛି। ଏସଟି/ଏସସି ନିର୍ଯ୍ଯାତନା କେଶରେ ଡିଏସପି ରେଙ୍କର ଅଫିସର ହୋଇ ଉପଯୁକ୍ତ ତଦନ୍ତ କରିପାରୁ ନଥିବା ବେଳେ ଆଇଆଇସି ଓ ଏସଆଇ ମାନଙ୍କ ହାତ ରେ ଜାତିଆଣ କେସ ତଦନ୍ତ ଦାୟୀତ୍ୱ ଦେବା ଜାତିଆଣ ଆଇନକୁ କମଯୋର କରାଯାଥିବା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଧରିନିଆଯିବ।ରାଜ୍ଯ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆଜି “ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ” କଳାହାଣ୍ଡି ଶାଖା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଜ୍ଯପାଳ ଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲା “ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ” ର ସଭାପତି ବୃନ୍ଦାବନ ନାଗଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ମହାସଚିବ ଶତୃଘ୍ନ ନାଏକ, କଲମପୁର ବ୍ଲକ ସଭାପତି ବଳରାମ ଦୁର୍ଗା, କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ, ସମାଜସେବୀ ବେଣୁଧର ସୁନା, ଡିଙ୍ଗର ବାଗ, ବିକ୍ରମ ହରପାଲ, ଡମ୍ବରୁଧର କରୁଆଁ, ଅର୍ଜୁନ ବିଶି ପ୍ରମୁଖ ରାଜ୍ୟ ସଭାପତି ଧନଞ୍ଜୟ ଦୀପ ଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରିଛନ୍ତି।





