ପରିବା ବୋଝେଇ ପିକଅପ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାଲୋପଲା ଛକ ଠାରେ ଶନିବାର ସଂଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକଅପ୍ ଗାଡ଼ି ଧକ୍କା ଦେବାରୁ ବାଇକ ଆରୋହୀ ହରିଶଙ୍କର ମାଝୀ ବୟସ ୩୫ ବର୍ଷ, ଯିଏ ଧନେର ଗ୍ରାମର ବାସିନ୍ଦା ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ହରିଶଙ୍କର ମାଝୀ ଭବାନୀପାଟଣା ଉପଖଣ୍ଡ ଡୁମାଲ ଗାଁରେ ଥିବା ବନ୍ଧୁଙ୍କ ଘରକୁ ଯାଇ ଘରକୁ ଫେରୁଥିବା ବେଳେ କାଲୋପଲା ଛକ ନିକଟରେ ପହଞ୍ଚିବା ସମୟରେ ପଛପଟୁ ଆସୁଥିବା ଏକ ପରିବା ବୋଝେଇ ପିକଅପ୍ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବି କରି କାଲୋପଲା ଛକ ନିକଟରେ ଥିବା ଜାତୀୟ ରାଜପଥ – ୨୬ ଉପରେ ରାସ୍ତା ଅବରୋଧ କରିଥିଲେ। ଫଳସ୍ୱରୂପ ଉକ୍ତ ମାର୍ଗରେ ସମସ୍ତ ପ୍ରକାର ଯାତାୟାତ ବନ୍ଦ ହୋଇପଡ଼ିଛି। ପୋଲିସ୍ ଓ ପ୍ରଶାସନ ପହଞ୍ଚି ଆଲୋଚନା କରିବା ସହିତ ପରିସ୍ଥିତି ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ପୋଲିସ୍ ତଦନ୍ତ ଆରମ୍ଭ କରିଛି ଓ ଘଟଣାର ନିଷ୍ପକ୍ଷ ତଦନ୍ତ କରାଯିବ ବୋଲି ଜଣାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.