ଲାଞ୍ଜିଗଡ ବୈଦ୍ୟ ସଂଘର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ବୈଦ୍ୟ ସଂଘ ପକ୍ଷରୁ ଆଜି ରୋଘୁନାଥପୁର ସ୍କୁଲ ପରିସରରେ କାର୍ଯ୍ୟକାରୀ ସଭାପତି ସୋରଜ କୁମାର ମାଝୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲାଞ୍ଜିଗଡ଼ ବ୍ଲକର କୋଣ ଅନୁକୋଣରୁ ୫୦ରୁ ଉର୍ଦ୍ଧ ବୈଦ୍ୟ ଯୋଗଦେଇଥିଲେ। ସର୍ବ ପ୍ରଥମେ ସଂଘ ପକ୍ଷରୁ କଳାହାଣ୍ଡି ଇଷ୍ଟ ଦେବି ମାଁ ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚନା କରିବା ପରେ ନୂତନ ସଂଘ ଗଠନ ପାଇଁ ଆଲୋଚନା କରିଥିବା ସହିତ ସଂଘର ନାମକରଣ କରାଯାଇଥିଲା। ହେଲେ ଅନେକ ବୈଦ୍ୟ ଅନୁପସ୍ଥିତି ଯୋଗୁଁ ପଦପଦବୀ ନବାଛି ପରବର୍ତ୍ତୀ ବୈଠକରେ ପାଦପଦବୀ ବଛା ଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଲଛି। ଉକ୍ତ ବୈଠକକୁ ତୁଳସୀ ରାମ ପ୍ରଧାନୀ ପରିଚାଳନା କରିଥିବା ବେଳେ ନିମାଇଁ ଚରଣ ବିଶି,ତ୍ରିନାଥ ବନ୍ଦପାରିଆ,ଚନ୍ଦ୍ର ଦଳପତି, ମାନସ ରଞ୍ଜନ ମାଝୀ, ସନାତନ ଦଣ୍ଡସେନା, ପିତାମ୍ବର ଦଳେଇ, ମୁରଲୀ ଚଣ୍ଡୀ, ରାମଚନ୍ଦ୍ର ପ୍ରଧାନୀ, ତରୁଣ ଦଳପତି, ଯଶୋବନ୍ତ ଦଣ୍ଡସେନା, ତରୁଣୀ ଦଣ୍ଡସେନା, ଯୁଜେଷ୍ଟି ପ୍ରଧାନୀ, ସୁନୀଲ ପ୍ରଧାନୀ, କୃପା ନାୟକ, ସମେତ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.