ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଂଚାୟତର ସ୍ଥାନୀୟ ଲୋକପ୍ରତିନିଧି, ପ୍ରଶାସନର ଅବହେଳାର ଶୀକାର ହୋଇଥିବା ଜମ୍ବେଶ୍ୱରପୁର ଗ୍ରାମର ଜନଜାତି, ଉପଜାତି, ଆର୍ଥିକ ଅନଗ୍ରସର ବର୍ଗ ବ୍ୟବହାର କରୁଥିବା ପୂର୍ବପଟ ବସ୍ତିମାନଙ୍କୁ ସଂଯୋଗ କରୁଥିବା ଗ୍ରାମର ଅନ୍ୟ ଏକ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏ ବବାଦରେ ଦୀର୍ଘ ଦିନରୁ ସ୍ଥାନୀୟ ଅଧିବାସୀ ଦାବି ରଖୁଥିଲେ ବି ଆଜିଯାଏ କୌଣସି ସୁଫଳ ମିଳିନାହିଁ। ଡାକ୍ତର ପରମାନନ୍ଦ ସେଠୀ ଘର ଠାରୁ ଲାଇବ୍ରେରୀ ଖାଲ ଯାଏ ରାସ୍ତାଟି ତିନୋଟି ବସ୍ତିକୁ ସଂଯୋଗ କରୁଛି, ପାଖାପାଖି ଅଧ କିଲୋମିଟରରୁ ଅଧିକ ରାସ୍ତା ସେ ବସ୍ତିମାନଙ୍କର ଜୀବନ ରେଖା, ପିଲାମାନେ ସ୍କୁଲ ଯିବା ଠାରୁ, ଜରୁରୀ କାଳୀନ ସେବା ପାଇଁ ଏକମାତ୍ର ରାସ୍ତା ଭାବରେ ବ୍ୟବହାର ହୁଏ। ସେହି ବସ୍ତିରେ ଭିନ୍ନକ୍ଷମ ବର୍ଗରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ପ୍ରତି ଗୌରବ ଆଣିଥିବା ୯୦ ଶତକଡା ଅସ୍ଥିଶଲ୍ୟ ଭିନ୍ନକ୍ଷମ ସୁଧାକର ସେଠୀଙ୍କ ଘର, ବର୍ଷା ଦିନେ ସମ୍ପୂର୍ଣ ଯାତାୟାତ ସମ୍ଭବ ହେଉନାହିଁ। ରୋଗ ହେଲେ ଖଟିଆରେ ବୁହାହେବା ପରିସ୍ଥିତି, ଆଞ୍ଚଳିକ ସୁରକ୍ଷା ମଞ୍ଚର ଆଖିରୁ ଲୁହ ପୋଛିବା ଅଭିଯାନରେ ସମସ୍ୟାଟି ଦୃଷ୍ଟିଗୋଚର ହେବା ଫଳରେ ସ୍ଥାନୀୟ ଅଧିବାସୀଙ୍କ ସହ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଶୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲା। ଦୁଃଖ ଓ ପରିତାପର ବିଷୟ, ଦାବିପତ୍ର ପ୍ରଦାନର ଏକ ପକ୍ଷ (୧୫ଦିନ) ଅତିକ୍ରାନ୍ତ ହୋଇଯାଇଥିଲେ ଵି ପ୍ରଶାସନ, ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ନୀରବତା ଅବହେଳିତ ବର୍ଗ ବ୍ୟବହାର କରୁଥିବା ରାସ୍ତାର ଭବିଷ୍ୟତକୁ ନେଇ ସନ୍ଦେହ ଦେଖା ଯାଇଛି। ବିଷୟର ଗୁରୁତ୍ୱକୁ ଉପଲବ୍ଧି କରି ଆସନ୍ତା ଅକ୍ଟୋବର ୩ ତାରିଖ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଥିବା ଜାତିର ପିତାଙ୍କ ପ୍ରତିମୂର୍ତ୍ତି ପାଦଦେଶରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ମଞ୍ଚର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ସହଦେଵଖୁଣ୍ଟା ଥାନାକୁ ବିଧିବଦ୍ଧ ଭାବରେ ଆବେଦନ କରାଯାଇଛି ବୋଲି ଆଞ୍ଚଳିକ ସୁରକ୍ଷା ମଞ୍ଚର ସଭାପତି କମଳଲୋଚନ ରାଉତ ଜଣାଇଛନ୍ତି। ଏଥିସହିତ ବାଲେଶ୍ୱର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସଦର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରୀ ରାଉତ ଜଣାଇଛନ୍ତି। ବସ୍ତି ବାସିନ୍ଦାଙ୍କ ସମସ୍ୟା ନା ସୁଧୁରିଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଗଠନରୁ ନିରଞ୍ଜନ ସେଠୀ, ରଞ୍ଜନ କୁମାର ଦାସ, ମୃତ୍ୟୁଞ୍ଜୟ ମହାପାତ୍ର, ସୁଧାକର ରାଉତ, ସଂଜୀବ ଜେନା,ଅଶ୍ୱିନୀ କୁମାର ଦାଶ, ସନ୍ଦୀପ ପ୍ରଧାନ,ସଂଜୀବ ନାୟକ, ସନ୍ୟାସୀ ମୁଖି, ରାକେଶ ଭୂଇଁଆଁ,ମହେଶ କୁମାର ପାଣି ଓ ସ୍ଥାନୀୟ ଗ୍ରାମବାସୀ ଜଣାଇଛନ୍ତି।




