ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଆଧୁନିକ ଓଡିଆ ଗଳ୍ପସାହିତ୍ୟ ସଂପର୍କରେ ଏକ ଆଲୋଚନା ଆସର ଅନୁଷ୍ଠାନର ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ଉଦ୍ଘାଟନ କରି ଓଡ଼ିଶାର ଜଣେ ବରିଷ୍ଠ ଗାଳ୍ପିକ ତଥା ସାରଳା ସାରଳା ପୁରସ୍କାରପ୍ରାପ୍ତ ଗାଳ୍ପିକ ଭୀମ ପୃଷ୍ଟିଙ୍କ ଅଗ୍ରଜ ଅର୍ଜୁନ ପୃଷ୍ଟି ଗୁଣାଜ୍ୟଙ୍କ ବୃହତ୍କଥା, ସୋମଦେବଙ୍କ କଥାସରିତ ସାଗର ଓ ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ରର କଥାସବୁକୁ ମୂଳଦୁଆ କରି ସଂସ୍କୃତ ସାହିତ୍ୟ ଓ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ଗଳ୍ପ ବିଭାଗ ସମୃଦ୍ଧ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ଏହାଛଡା ସେ ଫକୀରମୋହନଙ୍କର ବିଭିନ୍ନ ଗଳ୍ପକୁ ଆଲୋଚନା କରି ତାହାର ଗୁରୁତ୍ଵ ମଧ୍ଯ ପ୍ରତିପାଦନ କରିଥିଲେ। ଗାଳ୍ପିକା ଦେବଯାନୀ ଦାସ ଓଡ଼ିଆ ଗଳ୍ପସାହିତ୍ୟର ବିକାଶକ୍ରମ ଓ ଶୈଳୀ ସଂପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ସାଂପ୍ରତିକ ଗଳ୍ପସମୂହର ଭିତ୍ତିଭୂମିର ଗଠନ ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଂଜୟ କୁମାର ପଣ୍ଡା ମଧ୍ୟ ଓଡ଼ିଆ ଗଳ୍ପ ପୃଥିବୀର ଗଳ୍ପଭାଗ ସହ ସମାନ ଭାବରେ ଗତି କରି ସମୃଦ୍ଧ ହୋଇପାରିଛି ବୋଲି ମନ୍ତବ୍ୟ ଦେବା ସହିତ ନିଜର ଗଳ୍ପରଚନାର ଶୈଳୀ ସଂପର୍କରେ ଆଲୋଚନା କରିଥିଲେ। କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିବା ସଙ୍ଗେ ସଙ୍ଗେ ଗଳ୍ପ ସଂପର୍କିତ ଚର୍ଚ୍ଚା ଆମର ଗଳ୍ପରଚନା ପ୍ରବୃତ୍ତିକୁ ବଳିଷ୍ଠ କରିବ ବୋଲି ପ୍ରକାଶ କରିଥିଲେ। ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଓ ଜୁମରନାଥ ପାତ୍ର କେତେଜଣ ଗାଳ୍ପିକ ଓ ଗାଳ୍ପିକାଙ୍କର ଗଳ୍ପଗୁଡ଼ିକୁ ସ୍ୱକୀୟ ଶୈଳୀରେ ସଂଯୋଜନା କରିଥିଲେ। ଏହି ଆସରରେ ପ୍ରଭାକର ସାହୁ, ରାଜେନ୍ଦ୍ରନାଥ ରାଉତ, ବିଜୟ କୁମାର ଦାସଅଧିକାରୀ, ବିଜୟ କୁମାର ମହାନ୍ତି, ଦୀନବନ୍ଧୁ ଲେଙ୍କା, ସୁନାମଣି ଜେନା, ଅର୍ଚ୍ଚନା କର, କବିତା ଜେନା, ସୁବାସ ସ୍ଵାଇଁ, ସ୍ମୃତି ଦାସ ପ୍ରମୁଖ ସ୍ଵରଚିତ ଗଳ୍ପପାଠ କରିଥିବା ବେଳେ ଡ. ଶିରୀଶ ଚନ୍ଦ୍ର ଜେନା, ଶରତ କୁମାର ମହାପାତ୍ର, ବେଣୁଧର ସାହୁ, ଡ. ଲକ୍ଷ୍ମଣ ଚରଣ ବିଶ୍ଵାଳ, ଅନାଦି ଚରଣ ଜେନା, ପ୍ରଫୁଲ୍ଲ କୁମାର ଦାସ, କରୁଣାକର ସ, ଡ. ରମାକାନ୍ତ ନାୟକ, ମଦନମୋହନ ସାହୁ, ତ୍ରିନାଥ ନନ୍ଦୀ, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।





