ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା l ଯୋଗ୍ୟତା ଅନୁଯାଇ ଚାକିରୀ ମିଳୁନି ଫଳରେ ଉଚ୍ଚଶିକ୍ଷିତ ପିଲାମାନେ ଛୋଟମୋଟ ଚାକିରି ପାଇଁ ଲମ୍ବା ଧାଡ଼ି ଲଗାଉଛନ୍ତି ଏହା ରାଜ୍ୟରେ ଡବଲ ଇଂଜିନ ର ଡବଲ ବିକାଶ କି କହି ମୋହନ ସରକାରଙ୍କୁ ସମାଲୋଚନା କରିବା ସହ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି l ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ ତଥ୍ୟ ଅନୁଯାଇ ନିକଟରେ ହୋମଗାର୍ଡ ନିଯୁକ୍ତି ସଂକ୍ରାନ୍ତ ଆବେଦନ ଦେଖୀଲେ ଏହା ସ୍ପଷ୍ଟ ହୋଇଛି। ନିକଟରେ ଓଡ଼ିଶାରେ ୨୦ ହଜାରରୁ ଅଧିକ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ବାହାରିଥିଲା ଓ ଏଥିପାଇଁ ୯୦ ହଜାରରୁ ଅଧିକ ପିଲା ଆବେଦନ କରିଥିଲେ । ହେଲେ ଆବେଦନକାରୀଙ୍କ ମଧ୍ୟରେ ୭୦ ହଜାର ଥିଲେ ଉଚ୍ଚ ଶିକ୍ଷିତ । କାହାର ଯୋଗ୍ୟତା ସ୍ନାତକ ତ କାହାର ଯୋଗ୍ୟତା ସ୍ନାତକୋତ୍ତର l ଏହି ତଥ୍ୟ ଦର୍ଶାଉଛି ଯେ ଭାଜପା ଶାସନ ରେ ଶିକ୍ଷା ଆଉ ରୋଜଗାର ଧରାଶାଇ ହୋଇପଡିଛି l ଗରିବ, ମଧ୍ୟବିତ୍ତ ପରିବାର ର ପିଲାମାନେ ବହୁ ସଂଘର୍ଷ କରି ଉଚ୍ଚଶିକ୍ଷା ଶେଷ ପରେ ଚାକିରୀ ପାଇଁ ହତାଶ ହେଉଛି l ପ୍ରଶ୍ନ ପତ୍ର ଲିକ, ଭ୍ରଷ୍ଟାଚାର ଏବଂ ନିଯୁକ୍ତି ରେ ଦୁର୍ନୀତି ଯୋଗୁ ମେଧାବୀ ପିଲାମାନେ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି l ହୋମଗାର୍ଡ ଚାକିରି ପାଇଁ ଗ୍ରାଜୁଏଟ୍ ପୋଷ୍ଟଗ୍ରାଜୁଏଟ୍ ସମେତ ଅନେକ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ଆବେଦନ କୁ ଦେଖିଲେ ସରକାର ଙ୍କ ଅଭିମୁଖ୍ୟ ଏବଂ କାର୍ଯ୍ୟଶୈଳୀ ଉପରେ ଉଠିଛି ଅନେକ ପ୍ରଶ୍ନ l ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶକୁ ବେରୋଜଗାର ମୁକ୍ତ କରିବ ବୋଲି ପ୍ରଧାନ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଯାହା ଏକ ମିଥ୍ୟା ଏବଂ ନିର୍ବାଚନୀ ଚାଲ ଥିଲା l ଆଗାମୀ ଦିନରେ ସମାଜବାଦୀ ପାର୍ଟି ଓଡିଶାରେ ବେରିଜଗାରୀ ଯୁବକ ମାନଙ୍କ ଅଧିକାର ପାଇଁ ସଡ଼କ ଠାରୁ ସଂସଦ ପର୍ଯ୍ୟନ୍ତ ରାଜ ରାସ୍ତାରେ ସଂଗ୍ରାମ କରିବ l ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ହେଉଥିବା ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନ ଜାରି ରହିବ l