ଯାଦବ ମହାସଭା ପକ୍ଷରୁ ଧଅଁରାମାଲ ଗାଁରେ ଶୋକସଭା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘୋଡବନ୍ଧ ପଞ୍ଚାୟତ ଧଆଁରମାଲ୍ ଗ୍ରାମର ଅନ୍ତରାମ୍ ବଗର୍ତ୍ତୀଙ୍କ ଦଶାହ କାର୍ଯ୍ୟ ତାଙ୍କ ପୈତୃକ ଘରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଯାଦବ ମହାସଭା ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା। ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପ ସଭାପତି ଦୂଲ୍ଲଭ ମାହାର, ଭବାନୀପାଟଣା ଟାଉନ ସଭାପତି ସତ୍ୟ ନାରାୟଣ ବିଶି, ନର୍ଲା ପଞ୍ଚାୟତ ସଭାପତି ସୁଧୀର ନାଏକ, ନରସିଂହ ଥାପା, ଦେବରାଜ ବଗର୍ତ୍ତୀ, ମନ ବାଗ, ଜୟଚନ୍ଦ୍ର ହାତୀଙ୍କ ସମେତ ପରିବାର ବର୍ଗ,  ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଶୋକସଭାରେ ସାମ୍ବାଦିକ ଅଭିରାମ ନନ୍ଦ ମଧ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସ୍ବାନ୍ତନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.