ରାସ୍ତା ନିର୍ମାଣ ଦାବି: ପୋଖରୀବନ୍ଧ ଛକରେ ରାସ୍ତାରୋକ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ୧୭ଖଣ୍ଡ ଗାଁର ଲୋକେ ରାସ୍ତା ପାଇଁ ଆଜି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ରାସ୍ତା ଅବରୋଧ ଯୋଗୁଁ ଆଜି ଅଖ ଚକ ଜାମ ହୋଇଯାଇଛି। ମୁକୁନ୍ଦପୁର ଭାୟା କନେର ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଲୋକେ ରାସ୍ତାରୋକ କରିଥିବାବେଳେ ଦୀର୍ଘ ୮ ଘଣ୍ଟା ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଲୋକେ ନାହିଁନଥିବା ହଇରାଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କୀ, ବିଶ୍ୱନାଥପୁର ପୁଲିସ ପକ୍ଷରୁ ଥାନାଧିକାରୀ ତୁଳସୀରାମ ଶବର, ଏସ.ଆଇ ବୁଦ୍ଧିଶ୍ୟାମ ମାଝୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ। ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଲିଖିତ ପ୍ରତିଶ୍ରୁତି ନଦେବାଯାଏଁ ଲୋକେ ଉଠିବୁ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ। ଶେଷରେ ଘଟଣାସ୍ଥଳରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପି. ଏକ୍କା, ସହକାରୀ ଯନ୍ତ୍ରୀ ଭଗବାନ ଗଉଡ଼ ପ୍ରମୁଖ ପହଞ୍ଚିବା ପରେ ଲୋକଙ୍କ ଆକ୍ରୋଶ ଦେଖି ରାସ୍ତାକୁ ବୁଲି ଦେଖିବାକୁ ଯାଇଥିଲେ। ସେହିପରି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମଧ୍ୟ ରାସ୍ତା ପରିଦର୍ଶନ କରିବା ପରେ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ। ସେହିପରି କେସିଙ୍ଗା ଏସଡିପିଓ ଲୋକନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ ରାସ୍ତା ମରାମତି ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନ ୨ଟା ସମୟରେ ପ୍ରାୟ ୮ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.