ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱାବଲମ୍ବୀ ଭାରତ ଅଭିଯାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗ ସଭାଗାରରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଅଧ୍ୟାପକ ମହେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ କୁଳସଚିବ ମେଜର ଡ. ଜୟଦେବ ସାହୁ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ପ୍ରଚାରକ ଆର୍ ଚକ୍ରଧର ରାଓ ସମ୍ମାନିତ ଅତିଥି, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟ ପ୍ରସାଦ ଜେନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ୱାବଲମ୍ବୀ ରାଷ୍ଟ୍ର ନିର୍ମାଣ ପାଇଁ ସ୍ୱଦେଶୀ ହିଁ ଏକମାତ୍ର ବିକଳ୍ପ ଓ ଯୁବ ସମାଜ ରୋଜଗାର ଅନ୍ଵେଷଣକାରୀ ନ ହୋଇ ରୋଜଗାର ପ୍ରଦାନକାରୀ ହେବାକୁ ଆହ୍ଵାନ ଦେଇଥିଲେ l ଏହି ଅବସରରେ ଯୁବ ମହିଳା ଉଦ୍ୟୋଗୀ ଇପ୍ସିତା ମୁଣ୍ଡ ଓ ଶର୍ମିଷ୍ଠା ନାୟକଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନ ପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚର ବିଭାଗ ସଂଯୋଜକ ନକୁଳ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ, ଜିଲ୍ଲା ମହିଳା ପ୍ରମୁଖ ଜୟନ୍ତୀ ବିହାରୀ, ଯୁବ ଉଦ୍ୟୋଗୀ ଅତନୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏବିଭିପି ସଙ୍ଗଠନ ସମ୍ପାଦକ ସତ୍ୟବ୍ରତ ମହାରଣା, ବାଣିଜ୍ୟ ବିଭାଗର ଅଧ୍ୟାପକ ଚିରାଗ ଜୈନ, ନମ୍ରତା ଦାଶ, ସିମ୍ରନ ପ୍ରୀତୱାନୀ, ରମଣ ବାଗ ସହଯୋଗ କରିଥିଲେ। ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଦୈନନ୍ଦିନ ଜୀବନରେ ସ୍ୱଦେଶୀ ବ୍ୟବହାର ଓ ସ୍ୱାବଲମ୍ବୀ ହେବା ପାଇଁ ସାମୁହିକ ସ୍ୱଦେଶୀ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ଗତ ଅଗଷ୍ଟ ୨୧ ବିଶ୍ଵ ଉଦ୍ୟମିତା ଦିବସରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ, ଯୁବ ଓ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ବୋଲି ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.