ସର୍ବନିମ୍ନ ପେନସନ ବୃଦ୍ଧି ଦାବୀ ନେଇ ଯାଜପୁର ଜିଲ୍ଲା ଇପିଏଫ ପେସନର୍ସ ସଂଘର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ ବ୍ୟାସନଗର (ବୁଲେଇ ବେହେରା): ଯାଜପୁର ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ସାଧାରଣ ବୈଠକ ଯାଜପୁର ରୋଡ଼ ସ୍ଥିତ ଉଠା ଜଳସେଚନ କାର୍ଯ୍ୟାଳୟ ଠାରେ ସଭାପତି ଇ° ଲାଇକ୍ ଅଲ୍ଲୀ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରୀ ନିଗମ ଓ ବିଭିନ୍ନ କର୍ପୋରେସନରୁ ଅବସର ନେଇଥିବା କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ବୃଦ୍ଧି ଦାବୀ ସହ ମହଙ୍ଗାଭତ୍ତା, ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାରେ ନିଶୁକ୍ଳ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଆଧାରରେ ଉଚ୍ଚ ବେତନଭୋଗୀଙ୍କୁ ହାୟର ପେନସନ ପ୍ରଦାନ କରିବା ଆଦି ୩ ଦଫା ସମ୍ବଳିତ ଦାବି ନେଇ ଅବସରପ୍ରାପ୍ତ ଇପିଏଫ ପେନସନଭୋଗୀ ମାନେ ଦୀର୍ଘଦିନ ଧରି ଦାବୀ କରି ଆସୁଥିଲେ ସୁଦ୍ଧା କେନ୍ଦ୍ର ସରକାର ଏଥିପ୍ରତି ଆଦୌ ସୁଵିଚାର କରୁନଥିବାରୁ ସଂଗଠନର କର୍ମକର୍ତ୍ତା ମାନେ ଘୋର ଉଦବେଗ ପ୍ରକାଶ କରିଥିଲେ। ଇପିଏଫ ପେନସନ ଭୋଗୀଙ୍କର ସର୍ବନିମ୍ନ ମାସିକ ପେନସନ ନଅ ହଜାର ଟଙ୍କା ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଆଧାରରେ ବର୍ଦ୍ଧିତ ପେନସନ ତୁରନ୍ତ ପ୍ରଦାନ କରିବାକୁ ସଙ୍ଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ରଖାଯାଇଥିଲା। ସମସ୍ତ ପ୍ରସ୍ତାବ ଆଲୋଚନା ପରେ ଗୃହୀତ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିରଞ୍ଜନ ପରିଡା, ଉପଦେଷ୍ଟା ରଘୁନାଥ ମାଝୀ, ସାଙ୍ଗଠନିକ ସମ୍ପାଦକ ପ୍ରଫୁଲ୍ଲ ଦାସ, କୁଳମଣି ସାମଲ, ରାଜକିଶୋର ଦାସ, ରବିନାରାୟଣ ନୟନ, ବିଜୟ କୁମାର ନାଥଶର୍ମା, ବିଶ୍ୱନାଥ ପରିଡା, ଗୌରାଙ୍ଗ ବାରିକ, ବିଦ୍ୟାଧର ଜେନା ଓ ରବୀନ୍ଦ୍ର ରାଜ୍ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଇ° ଲକ୍ଷ୍ମୀନାରାୟଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.