ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ

ଓଡ଼ିଆ ବାର୍ତ୍ତା/ ମୁନିଗୁଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତର ବୁର୍ଜୁଗୁଡା ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ ଦୁଇ ଶହ ମିଟର ଦୁରରେ ବନ୍ଧୁ ଗୁଡା ଗ୍ରାମର କାର୍ତ୍ତିକ ଡୁଙ୍ଗାଙ୍କ ପୁଅ ପ୍ରଧାନ ଡୁଙ୍ଗା (୩୫) ବାଇକ୍ରେ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ନିଜ ଘରକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଗ୍ରାମବାସୀମାନେ ସକାଳୁ  ସେହି ରାସ୍ତାଦେଇ ଜିବା ସମୟରେ ପ୍ରଧାନ ଡୁଙ୍ଗା ରାସ୍ତା କୋଣରେ ମୃତ ହୋଇ ପଡ଼ିଥିବା ବେଳେ ବାଇକ୍ ଡୁମ୍ ଭାଙ୍ଗି ଛିଡା ହୋଇ ଥିବା ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ଓ ମୃତ ପରିବାରବର୍ଗ ଆସି ରାଜରାସ୍ତା ଅବରୋଧ କରିଥିଲେ । ଏହି ଖବର ପାଇ ମୁନିଗୁଡ଼ା ଆଇ.ଆଇ.ସି ସୈଦାମିନି ବେହେରା ଓ ପୋଲିସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁକଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ରୋକ ହଟିଥିଲା ଓ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡ଼ା  ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଶବ ଉଠିବା ପରେ ଗାଡି ଚଳା ଚଳ ସ୍ବଭାବିକ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.