ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର | ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କଲ୍ୟାଣସିଂହପୁର ବ୍ଲକର ୧୪ଗୋଟି ଗ୍ରାମ ପଞ୍ଚାୟତର ରୋଗୀଙ୍କ ସହ ପୋଡ଼ୋଷୀ କାଶିପୁର ଏବଂ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଓ ଥୁଆମୂଲ ରାମପୁର ବ୍ଲକର ଶହ ଶହ ରୋଗୀ ନିର୍ଭର କରିଥାନ୍ତି | କଲ୍ୟାଣସିଂହପୁର ସଦର ଲ୍ୟାମ୍ପ ଛକ ଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିର୍ମିତ ହୋଇଛି ଏକ କଂକ୍ରିଟ ରାସ୍ତା, ବର୍ତ୍ତମାନ ଏହାର ଅବସ୍ଥା ଶୋଚନୀୟ ହୋଇ ପଡିଛି | ଆଜି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି | ଏହି କାର୍ଯ୍ୟକ୍ରମରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ କଲ୍ୟାଣସିଂହପୁର ବ୍ଲକରୁ ଅନେକ ରୋଗୀ ଆସିବାକୁ ମନ ବଳାଇ ଥିବା ବେଳେ ରାସ୍ତା ର ଛଡ଼ ବାହାରି ଉପରି ମୁହାଁ ହୋଇଛି କୁତ୍ରିମ ବନ୍ଧ ସଦୃଶ ଦେଖା ଯାଉଛି ଏହିଭଳି ରାସ୍ତାର ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି | ବିଡମ୍ବନାର ବିଷୟ ଏହାକି ସରକାର ସ୍ୱାସ୍ଥ୍ୟ ସମ୍ବଦୀୟ ସଚେତନା ଓ ରୋଗୀ ମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ରାସ୍ତା ମରାମତି ନିମନ୍ତେ କୌଣସି ପ୍ରଶାସନିକ କିମ୍ୱା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଆଖି ଦୃଷିୟା ପ୍ରୟାସ ନଜରକୁ ଆସୁନାହିଁ | ତେଣୁ ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।