ଦିର୍ଘଦିନ ହେଲା ଲାଞ୍ଜିଗଡ଼ ଏସବିଆଇ ଏଟିଏମ୍ ବନ୍ଦ, ଗ୍ରାହକ ଅସନ୍ତୁଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଯୋଗୁଁ ଗ୍ରାହକ ଅସନ୍ତୋଷ ବଢିବାରେ ଲାଗିଛି। ଲାଞ୍ଜିଗଡ଼ ଏଟିଏମ୍ ଉପରେ ବ୍ଲକର ତ୍ରିଲୋଚନ ପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ ପଦର, ବେନଙ୍ଗା, ବେଡଡାଗାଁ, କୁମଖାଲ, ଲାକବାହିଲି, ଜଗନ୍ନାଥ ପୁର, ବସନ୍ତ ପଡା, ବାତେଲଲିମା, ଛତ୍ରପୁର, ଚମ୍ପାଦେଇ ପୁର, ଲାଞ୍ଜିଗଡ଼ ଆଦି ୧୪ଟି ପଞ୍ଚାୟତର ବ୍ୟାଙ୍କ ଗ୍ରାହକ  ନିର୍ଭର କରିଥାନ୍ତି। ଏହା ବ୍ୟତୀତ ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୁଃଖର ବିଷୟ ମାସକୁ କେବଳ ଗୋଟିଏ ସପ୍ତାହ କଷ୍ଟେ ମଷ୍ଟେ ଗ୍ରାହକମାନେ ଏଟିଏମ ସେବା ପାଇଥାନ୍ତି। ବ୍ୟାଙ୍କ ଛୁଟି ଥିଲେ ଲୋକେ ଲାଞ୍ଜିଗଡ଼ ଏଟିଏମ୍ ଉପରେ ଭରଷା କରିଥାନ୍ତି। କିନ୍ତୁ ପୂର୍ବରୁ ମାସକୁ ଗୋଟିଏ ସପ୍ତାହ ଖୋଲା ଯାଉଥିବା ବେଳେ ବର୍ତ୍ତମାନ ଏକ ମାସ ହେଲା ଲାଞ୍ଜିଗଡ଼ ଏଟିଏମରେ ପଇସା ନାହିଁ କହି ତାଲା ପଡିଛି। ଯଦି ଆଗକୁ ଏହି ଏଟିଏମ୍ ବ୍ୟବସ୍ଥାରେ ସୁଧାର ନଆସେ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଆମେ ସବୁଦିନ ପାଇଁ ଏଟିଏମରେ ତାଲା ପକାଇ ବାକୁ ବାଦ୍ଧ୍ୟ ହେବୁ ବୋଲି ଅନେକ ଗ୍ରାହକ ମତ ପ୍ରକାଶ କରିଛନ୍ତି। ଏଦିଗରେ ବ୍ୟାଙ୍କ କତୃପକ୍ଷ ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରି ସବୁଦିନେ ଏଟିଏମ୍ ଖୋଳା ରଖିଲେ ଗ୍ରାହକ ମାନେ ଉପକୃତ ହୋଇପାରିବେ ବୋଲି ଲାଞ୍ଜିଗଡ଼ ଅଞ୍ଚଳବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.