ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ତେରେସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ମୂଳ ଉଦ୍ଦେଶ୍ୟ ହେଲା ମହିଳା, କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ହୀନତା, ରକ୍ତଚାପ, ମଧୁମେହ, କର୍କଟ ରୋଗର ପ୍ରାଥମିକ ଚିହ୍ନଟ, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା, ମହିଳା ଓ କିଶୋରୀ ବାଳିକାଙ୍କ ଋତୁସ୍ରାବ ପରିଚ୍ଛନ୍ନତା ରହି ମହିଳାମାନେ ସୁସ୍ଥ ରହିଲେ ଦେଶର ବିକାଶ ହେବ। ଏଥିରେ ପିଏଚଇଓ କିଶୋର ଚନ୍ଦ୍ର ଦାଶ, ଡାକ୍ତର ଚୁଲେଶ୍ୱର ହାତୀ, ଆୟୁଷ ଡାକ୍ତର ମଧୁସ୍ମିତା ପତି, ଫାର୍ମାସିଷ୍ଟ ସୁନୀଲ କୁମାର ବାଗ, ଏଏନଏମ ସୁଷମା ରଣା, ୱାର୍ଡ ଆଟେଡେଣ୍ଟ ବିଜୟୀ କୁମାର ସାହୁ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ ଉପସ୍ଥିତଥିବେଳେ ସୁରକ୍ଷା କର୍ମୀ ବିପିନ ବଗର୍ତି ସମେତ ସମସ୍ତ ଆଶାକର୍ମୀ ଓ ଅଙ୍ଗନାୱାଡି କର୍ମୀ ସହଯୋଗ କରିଥିଲେ।