ଭଇଁରିପାଲିରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଆୟୁର୍ବେଦିକ ଚିକିତ୍ସାଳୟରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଅଛି। ଭଇଁରିପାଲି ଆୟୁର୍ବେଦିକ ଚିକିତ୍ସାଳୟର ଡାକ୍ତର ମନୋରମା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭଇଁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ପାଣିଗ୍ରାହୀ, ଆଶାରାମ ରାଉତ, ଶ୍ୟାମ ବାଗ, ଭାଗବତ ରାଉତ, ତଥା ଜନସାଧାରଣ ଯୋଗ ଦେଇଥିଲେ।  ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ହିଁ ଉତ୍ତମ ଏଣୁ ସମସ୍ତେ ଆୟୁର୍ବେଦ ଔଷଧ ବ୍ୟବହାର କରି ସୁସ୍ଥ ରହିବାକୁ ଡାକ୍ତର ମନୋରମା ମାଝୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଇନଷ୍ଟ୍ରକଟର କ୍ଷୀର ମୋହନ ଶବର, ଆୟୁସ ଆସିଷ୍ଟାଣ୍ଟ କ୍ଷୀରସିନ୍ଧୁ ମାଝୀ, ଆଶାକର୍ମୀ ମମତା ରାଉତ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.