ଦେଓଗାଁ ସପ୍ତର୍ଷି ସେବାଶ୍ରମରେ ଋଷି ଅଷ୍ଟବକ୍ର ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ ଦେଓଗାଁ ସ୍ଥିତ ଗୁରୁକୁଳ ସପ୍ତର୍ଷି ସେବାଶ୍ରମରେ ବଲାଙ୍ଗୀର ଜିଲା ସକ୍ଷମ ତରଫରୁ ଋଷି ଅଷ୍ଟବକ୍ର ଜୟନ୍ତୀ ପାଳିତ ହୋଇଯାଇଛି | ଧର୍ମ ଜାଗରଣର ପଶ୍ଚିମ ଓଡ଼ିଶା ପ୍ରାନ୍ତ ସଂଯୋଜକ ବିକ୍ରମ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସକ୍ଷମର ଜିଲ୍ଲା ଅଧ୍ୟକ୍ଷ ଦିବାକର ପାତ୍ର, ସମ୍ପାଦକ ମୁରାରୀଲାଲ ଅଗ୍ରୱାଲ, ସହସମ୍ପାଦକ ନୀତିନ ପଟେଲ, ସାମାଜିକ କର୍ମୀ ରମାକାନ୍ତ ମହାନ୍ତି, ବିଦ୍ୟାଧର ଗୁର୍ଲା, ଗଗନ ଦାଶ, ଆରଏସଏସର ପାଟଣାଗଡ଼ ନଗର ସଙ୍ଘଚାଳକ ପ୍ରଦୀପ ମେହେର ଅତିଥି ଭାବେ ଯୋଗଦେଇ ଋଷି ଅଷ୍ଟବକ୍ରଙ୍କ ଜୀବନାଦର୍ଶ, ଦିବ୍ୟାଙ୍ଗ ଜନଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ | ସେବାଶ୍ରମ ପ୍ରତିଷ୍ଠାତା ସମ୍ପାଦକ ସହଦେଵ ଶାସ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ମେହେର, ଡମ୍ବରୁଧର ପାଣିଗ୍ରାହୀ, ରଞ୍ଜିତ ସାହୁ, ଅମର ପାତ୍ର, ଅଶୋକ ପାତ୍ର, ଚିନ୍ତାମଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.