ପୌର ପରିଷଦର ନୂତନ ଦୈନିକ ବଜାର: କ୍ଷୋଭ ପ୍ରକାଶ କଲେ କିଛି ବ୍ୟବସାୟୀ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ପୌର ପରିଷଦ ନୂତନ ଦୈନିକ ବଜାର । କିଛି ସନ୍ତୁଷ୍ଟ ଓ କିଛି ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ମାନେ ଏଥିପାଇଁ ଯେ ପରିବା ବଜାର ନିର୍ଦ୍ଧିଷ୍ଟ ଜାଗାରେ ହୋଇଛି । ଆଉ କିଛି ଦିନ ପରେ ବ୍ୟବସାୟ ନିଶ୍ଚିତ ଭାବରେ ଏଠାରେ ହେବ । ଅନ୍ୟପଟେ ଆଉ କିଛି ବ୍ୟବସାୟୀ କହିଛନ୍ତି ଯେ ବଜାର ସ୍ଥାନାନ୍ତର କରିବା ପୂର୍ବରୁ ପୌରପରିଷଦ ପକ୍ଷରୁ ପ୍ରଚାର୍ ପ୍ରସାର କରିବା କଥା । ସହର ବାସି ଯଦି ନୂତନ ବଜାର ଚିହ୍ନଟ ନିମନ୍ତେ ସ୍ଥାନ ନ ଜାଣିପାରିବେ ଆଣିଥିବା ପରିବା କିଣିବ କିଏ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ନୂତନ ବଜାର ଆରମ୍ଭକୁ ନେଇ କିଛି ଅଣ-ବ୍ୟବସାୟୀ ମାନେ ମନ ଇଛା ଜାଗା ଅକ୍ତିଆର କରି ବାଉଁଶ ପୋତି ଦେଉଥିବା ଦେଖିବାକୁ ମିଳୁଛି । ଆଉ କିଛି ଏହି ସ୍ଥାନରେ ବସିଛୁ ଦାମ୍ କମ୍ କରି ପରିବା ବିକ୍ରି କର ବୋଲି ଧମକ ଚମକ ଦେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ପରେ ପରିବା ବ୍ୟବସାୟୀଙ୍କ ପାଇଁ ଜାଗା ଚିହ୍ନଟ ହୋଇ ପାରିଛି ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ସହିତ ପାନୀୟ ଜଳର ବ୍ୟବସ୍ଥା, ସୌଚାଳୟ ଏବଂ ପାର୍କିଂ ବ୍ୟବସ୍ଥା ସହ ସ୍ଥାନୀୟ ପୁଲିସଙ୍କ ସହାୟତା ମଧ୍ୟ ରହିବା ଦରକାର ବୋଲି ବୁଦ୍ଧିଜୀବୀ ପ୍ରତିକ୍ରିୟା ରଖିଛନ୍ତି । ସବୁ ବଡ଼ ବଡ଼ ଦୋକାନ ଏବଂ ହୋଲସେଲ ପରିବା ବ୍ୟବସାୟୀ ସବୁ ସହର ଭିତରେ ବସି ରହିଛନ୍ତି। ଆମେ ସବୁ ଏହି ବଜାରଭିତରେ ବସି ରହିବା ଦ୍ଵାରା ବେପାର ହେଉନାହିଁ ବୋଲି କହିଛନ୍ତି କିଛି ଆଦିବାସୀ ମହିଳା । ରାୟଗଡ଼ା ସହର ର ପାର୍କିଂ ସ୍ଥଳରେ ଅନେକ ଉଠା ଦୋକାନୀ ନିଜ ନିଜର ଠେଲା ଓ କ୍ୟାବିନ ଗୁଡ଼ିକ ଦୈନିକ ବଜାର ର ସହର ମଝିରେ ବସିଛନ୍ତି ଆମେ ଏଠାରେ ଭାଗ୍ୟ ଆଦରି ବସି ରହିବୁ କି ବୋଲି ପ୍ରଶ୍ନ କରିଛନ୍ତି କିଛି ପରିବା ବିକାଳି । ଅନ୍ୟପଟେ ଆମିଷ ଦୋକାନ ସହର ସାରା ରାସ୍ତା କଡରେ ଗଢି ଉଠିଛି । ସେଗୁଡିକୁ ମଧ୍ୟ ଏହିପରି ସ୍ଥାନାନ୍ତର କରିଲେ ବ୍ୟବସାୟ ରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବଜାରକୁ ଆସୁଥିବା ଗ୍ରାହକ ପ୍ରତିକ୍ରିୟାରେ କହିଛନ୍ତି । କାହାରିକୁ ଚାପ ଓ କାହାରିଙ୍କୁ ଅନୁକମ୍ପା ନ ଦେଖାଇ ପୌର ପାଳିକା ନିର୍ବାହୀ ଅଧିକାରୀ ଉଚିତ୍ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.