ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏନଏସଏସ ଅଧିକାରୀ ଅର୍ଚ୍ଚନା ଗୁଚ୍ଛିଙ୍କ ସଭାପତିତ୍ଵରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ସରୋଜ କୁମାର ମେହେର, ପଦ୍ମାଳୟା ଦଣ୍ଡସେନା, ସୁଜାତା ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଜୀବନ ଯନ୍ତ୍ରଣା ଭିତରେ ସେବା ହିଁ ପ୍ରକୃତ ମାର୍ଗ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେରେ ଅଧ୍ୟାପିକା ଲୁସି ଗଉଡ, କୁମୁଦିନୀ ନାଏକ, ସନ୍ଧ୍ୟା ବାରିକ, ଝରଣା ପଧାନ, ଲକ୍ଷପତି ନାଏକ, ରଜନୀ ନାଏକ, ମମତା ଲହଜଲଙ୍କ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ଜୟଦ୍ରଥ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।