ସ୍ବର୍ଗତ ବ୍ରଜବନ୍ଧୁ ଦାଶଙ୍କ ୩୨ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ବ୍ରଜବନ୍ଧୁ ଦାଶଙ୍କ ୩୨ତମ ଶ୍ରାଦ୍ଧବାର୍ଷିକ। ତାଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ ହେଉଥିବା “ବ୍ରଜବିଳାସ” ସାହିତ୍ୟ ପତ୍ରିକା ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଅଛି। ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ତଥା ସ୍ବର୍ଗତ ଦାଶଙ୍କ ନାତି ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶ କହିଛନ୍ତି ଯେ, ବ୍ରଜବନ୍ଧୁ ଦାଶ ଅବିଭକ୍ତ ପୁରୀ ଜିଲ୍ଲାର‌ ଅନେକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଶିକ୍ଷକତା ବୃତ୍ତି ହୋଇଥିଲେ ମଧ୍ୟ ସାହିତ୍ୟ ସାଧନା ଥିଲା ନିଶା। ତାଙ୍କ ଅବର୍ତ୍ତମାନରେ ତାଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏହି ସାହିତ୍ୟ ପତ୍ରିକା ପ୍ରକାଶିତ କରାଯାଉଅଛି। ଏହି ପତ୍ରିକାଟି ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ ନିର୍ବାହନ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.