ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡରେ ଏନ୍ଏସ୍ଏସ୍ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଏନଏସଏସ କୋ-ୟୁନିଟ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବାଗତ ସ୍ୱେଚ୍ଛାସେବୀଙ୍କ ନାମ ପଞ୍ଜୀକୃତ କରାଯିବା ସହ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ତତ୍ତ୍ୱାବଧାନରେ ଏନେଇ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍ ଜଗନ୍ନାଥ ରାଓ ମୁଖ୍ୟ ଅତିଥି, ଇଂରାଜୀ ବିଭାଗ ମୁଖ୍ୟ ଲିଙ୍ଗରାଜ ପାତ୍ର ମୁଖ୍ୟ ବକ୍ତା, ଅଧ୍ୟାପିକା ଅଲକା ବେହେରା, ନିବାଦିତା ଡାକୁଆ, ଅଞ୍ଜଳି ମାଝୀ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ରହି ସମସ୍ତଙ୍କ ଭିତରେ ସେବା ଭାବନା ଜାଗ୍ରତ ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏନଏସଏସର ଲକ୍ଷ୍ୟ, ଉଦ୍ଦେଶ୍ୟ ଆଦି ବିଷୟରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବାଗ ସମ୍ୟକ ଆଲୋଚନା କରିଥିଲେ । ସଭା ଶେଷରେ ଅଧ୍ୟାପକ ଦୀନବନ୍ଧୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏହି ଦିବସ ଉପଲକ୍ଷେ ଜାତୀୟ ସେବା ଯୋଜନା ବିଷୟକ ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ବେଛାସେବୀ ଅମ୍ବିକା ମେହେର, ଅଭିମନ୍ୟୁ ମାଝୀ, ରାନୀ ସିପକା, ଘୁଙ୍ଗୁର ଦୁରିଆ, ତପନ ପଟେଲ, ଜ୍ୟୋତ୍ସ୍ନା ଶବର, ଶୁଭମ୍ ପଟେଲ, ଶାନ୍ତନୁ ନାଏକ, ଇବ୍ରେନ ରାଉତ, ଯଶୋବନ୍ତ ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.