ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠିତ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ  ରୁପ୍ରା ଗ୍ରାମସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠରେ ପୁରାତନ ଛାତ୍ରମାନଙ୍କୁ ନେଇ ରୌପ୍ଯ ଜୟନ୍ତୀ ପାଳନ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ମୃତ୍ଯୁଞୟ ବେହେରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ଆରମ୍ଭ ହୋଇ ରୌପ୍ଯ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଭିନ୍ନ ବିଷୟକୁ ଧ୍ୟାନ ଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ଶିକ୍ଷକ ଡିଲେଶ୍ବର ରଣା କମିଟିର ରୂପରେଖ ତଥା ବିଭିନ୍ନ କମିଟି ଉପରେ ସବିଶେଷ ଆଲୋକପାତ କରିଥିଲେ। ତାପରେ ପୁରାତନ ଛାତ୍ର ମାନଙ୍କ ମଧ୍ଯରୁ ପ୍ରତି ବ୍ଯାଚରୁ ଦୁଇଜଣ ସଦସ୍ଯ ଭାବରେ ୬୬ ଜଣଙ୍କୁ ନେଇ ନୂତନ ଆଲୁମିନି କୋର କମିଟି ଗଠନ କରାଯାଇଥିଲା। ଯେଉଁଠାରେ ସଭାପତି ଭାବରେ ୧୯୮୯ ମାଟ୍ରିକ ବ୍ଯାଚର ବରିଷ୍ଠ ଛାତ୍ର ତଥା ଶିକ୍ଷକ ରବିନ୍ଦ୍ର କୁମାର ସାହୁ, ସଂପାଦକ ଭାବରେ ତେଜରାଜ ସାହୁ, ୫ଜଣ ଉପସଭାପତି ଭାବରେ କିଶୋର ମହାଲିଙ୍ଗ, ପଦ୍ମଲୋଚନ ସେନାପତି, ଯୋଗେନ୍ଦ୍ର ମାଝୀ, ଶତ୍ରୁଘନ ମାଝୀ, ନେହେରୁଲାଳ ନନ୍ଦ ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବରେ ଆଦିତ୍ଯ ମିଶ୍ର, ଯୁଗ୍ମସଂପାଦକ ଭାବରେ ହିରାଧର ସାହୁ, ଶୁସାନ୍ତ ସେନାପତି, ଯୁଗଳ ବିଶ୍ବାଳ, କୁମୁଦ ସାହୁ, ପ୍ରକାଶ ମିଶ୍ର, ମିଡିଆସେଲ ସଂଯୋଜକ ଭାବରେ ପର୍ବତାରୋହୀ ରୋମାଞ୍ଚଳ ଭୋଇ ଓ ଦେବେନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି। ଏହା ପରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ତଥା ସମସ୍ତ ଶିକ୍ଷକଙ୍କ ସମ୍ମତିକ୍ରମେ ଏଭରେଷ୍ଟ ଆରୋହୀ ଶିକ୍ଷକ ଯୋଗବ୍ୟାସ ଭୋଇଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କୃତ ତଥା ଯୁବ ସାହିତ୍ୟିକ ଡିଲେଶ୍ବର ରଣାଙ୍କୁ କାର୍ଯ୍ୟକାରୀ ସଂପାଦକ ଭାବରେ ମନୋନୀତ କରାଯାଇଛି। ଆସନ୍ତା ଡିସେମ୍ବର ମାସର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ରୌପ୍ଯ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଅଛି। ଏହି ବୈଠକରେ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠର ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି, ବିଜୟ ସାହୁ, ବିକ୍ରମ ଗଉଡ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷକ ସୁଦାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.