ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ଆଜି ବହୁଜନ ସମାଜ ପାର୍ଟି କଲ୍ୟାଣ ସିଂହପୁର ବ୍ଲକ୍ କମିଟି, ରାୟଗଡ଼ା ଜିଲ୍ଲା ନେତୃତ୍ୱରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ମାସିକ ସମୀକ୍ଷା ବୈଠକ ଆୟୋଜନ ହୋଇଥିଲା । ଏଥିରେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଜିତେନ୍ଦ୍ର ଜାକାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତତ୍ ସଙ୍ଗେ ବିଷମକଟକ ନିର୍ବାଚନ ମଣ୍ଡଳୀର ସଭାପତି,ପ୍ରଭାରୀ ଓ ସାଧାରଣ ସମ୍ପାଦକ ମଧ୍ୟ ଯୋଗ ଦେଇଥିଲେ । ଏବଂ ଜିଲ୍ଲା କମିଟିରୁ ଉପ ସଭାପତି ଜାଗାମ ବେନିଆ, ପାର୍ଟି ର ବରିଷ୍ଠ କର୍ମୀ ମାନେ ଯୋଗ ଦେଇଥିଲେ | ଏଠାରେ ଆଗାମୀ ଅକ୍ଟୋବର ୯ ତାରିଖରେ DS-4,BAMCEF, ବହୁଜନ ସମାଜ ପାର୍ଟିର ସଂସ୍ଥାପକ ବହୁଜନ ନାୟକ ମାନ୍ୟବର ସ୍ବର୍ଗତ କାଂସିରାମ ଜୀ ଙ୍କ ୧୯ ତମ ମହା ପରିନିର୍ବାଣ ଦିବସ ଉପଲକ୍ଷେ ହେବାକୁ ଥିବା ରାଜ୍ୟସ୍ତରୀୟ ମହା ସମାବେଶରେ ଅଂଶଗ୍ରହଣ କରିବା ଦିଗରେ ଆଲୋଚନା ହେବା ସଙ୍ଗେ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଗୁଡ଼ିକ ମଧ୍ୟ ଆଲୋଚନା ହୋଇଥିଲା । ତତ୍ ସଙ୍ଗେ ଆଗାମୀ ଦିନରେ କିପରି ବହୁଜନ ସମାଜ ପାର୍ଟିର ବିଚାରଧାରା ଗାଁ ଗାଁ ରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଖକୁ ପହଞ୍ଚିବ ଓ ତୃଣମୂଳ ସ୍ତରରେ ପାର୍ଟି କିପରି ମଜବୁତ୍ ହେବ ତାହା ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା ସମସ୍ତ ବହୁଜନ ସମାଜ ପାର୍ଟିର ସିପାହୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।