ଝିଙ୍କିପଡାକୁ ନୂତନ ପଞ୍ଚାୟତ ଗଠନ ଦାବୀ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତକୁ ବିଭାଜନ କରି ଝିଙ୍କିପଡାକୁ ନୂତନ ପଞ୍ଚାୟତ ଗଠନ ପାଇଁ ଛଅ ୱାର୍ଡର ଗ୍ରାମବାସୀ ଦାବୀ କରି ଆସୁଛନ୍ତି l ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗନ୍ଧର୍ଲା ପଞ୍ଚାୟତ ଉପାନ୍ତ ଅଞ୍ଚଳରେ ରହିଥିବାରୁ ଏଭଳି ଦାବୀ କରାଯାଇଛି l ଏହି ଗ୍ରାମ ଗୁଡିକୁ ଯିବାକୁ ପ୍ରାୟ ୬ରୁ ୮କିମି ହେଉଛି l ଏହି କାରଣରୁ ଅନେକ ଦିନରୁ ଅଞ୍ଚଳବାସୀ “ଝିଙ୍କିପଡା” ନୂତନ ପଞ୍ଚାୟତ ଗଠନ ନିମନ୍ତେ ଦାବୀ କରିଆସୁଛନ୍ତି l ଏହି ଗ୍ରାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ରହିଛି l ପଞ୍ଚାୟତ କାମ ଯିବାକୁ ନାହିଁ ନ ଥିବା ହଇରାଣ ହେଉଛନ୍ତି ଅଞ୍ଚଳବାସୀ l ପ୍ରଶାସନ ଦୃଷ୍ଟି ଦେଇ ଝିଙ୍କିପଡାକୁ ନୂତନ ପଞ୍ଚାୟତ ଘୋଷଣା କରିବାକୁ ଆଞ୍ଚଳିକ ଏକତା କମିଟି ତରଫରୁ ଦାବୀ ହେଉଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.