ଅବ୍ୟବସ୍ଥା ଭିତରେ ମାଆ ତାରାତାରିଣୀ ମନ୍ଦିରର ଘରୋଇ ବସ ସେବା

ପରିବହନମନ୍ତ୍ରୀ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରା ତାରିଣୀ ମନ୍ଦିରରେ  ଜିଟିପି ସିଏଲ ନାମକ ଘରୋଇ ସଂସ୍ଥା ବସ ସେବା ପ୍ରଚଳନ କଲେ। ସେମଧ୍ୟରୁ ଟଙ୍କାଟିଏ ମଧ୍ୟ ମନ୍ଦିର ଫଣ୍ଡ କୁ ଆସିନାହିଁ ବୋଲି ଜଣାପଡିଛି। କଣ ପାଈଁ ମନ୍ଦିର ଫଣ୍ଡ କୁ ଟଙ୍କା ଆସିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଗତ ଚୈତ୍ର ମାସରେ ବସ ଦର ଯିବା ଆସିବା ନିମନ୍ତେ ପୂର୍ବତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ଅନ୍ୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏବଂ ସ୍ଥାନୀୟ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧ୍ୟାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହ ଗଞ୍ଜାମ ଜିଲ୍ଲାର ସବୁ ବିଧାୟକ ଯୋଗ ଦେଇଥିଲେ ଓ ବସ ଦର କୁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପରିକି ଚୈତ୍ର ମାସରେ ରଖିଥିଲା ବେଳେ ଏବେ ତାହା କାହିଁକି ୪୦ ଟଙ୍କା ରଖାଗଲା ତାଉପରେ ଯାତ୍ରୀ ମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ଖାଲି ଭଡା ନେଇ ପାହାଡ଼ ଉପରକୁ ଯିବା ନିମନ୍ତେ ବସଜୁ ଅପେକ୍ଷା କରିଥିବା ଯାତ୍ରୀ ମାନଙ୍କ ନିମନ୍ତେ ଖରା, ବର୍ଷାରୁ ରକ୍ଷା ପାଇବା ନିମନ୍ତେ କୌଣସି ସୁବ୍ୟବସ୍ଥା ବସ ର ଅଧିକାରୀ କରୁନଥିବାରୁ ବିଶେଷ କରି ମହିଳା, ଦିବ୍ୟାଙ୍ଗ ଓ ବୃଦ୍ଧ, ବୃଦ୍ଧା ମାନେ ବହୁତ ହଇରାଣ ହେଉଥିବାର ଦେଖାଦେଇଛି। ଏହା ଉପରେ ଜିଲ୍ଲାପାଳଙ୍କ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ବସ ସେବା ଓ ଦର ଅଧିକ ଉପରେ ସେହି ପଞ୍ଚାୟତର ଜଣେ ଯୁବକ  ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ ତେଣୁ ଏହି ଘଟଣା ଉପରେ ମାନ୍ୟବର ପରିବହନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲା ପାଳ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତ ମାନେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.