ଧଅଁରାମାଲରେ କଲାପାରଙ୍କ ବାର୍ଷିକ ଦଶରା ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଧଅଁରାମାଲ ସ୍ଥିତ କଲାପାର୍ ମନ୍ଦିରରେ ବାର୍ଷିକ ଦଶରା ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମାପନ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଯାତ୍ରାର ନିତିକାନ୍ତି ମନ୍ଦିରର ପୂଜକ ଭାଗିରଥି ଭୋଇ, କୁମୁଦ ଭୋଇ ଓ ବଳଦେବ ଭୋଇଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ମଙ୍ଗଳବାର ପ୍ରାତଃ କାଳରୁ ମନ୍ଦିରରେ କଲାପାର୍, ଦକ୍ଷିଣ କାଳୀ ଓ ଚଣ୍ଡିଙ୍କ ଦଶରା ପୂଜାବିଧି ଆରମ୍ଭ ହୋଇ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା। ଦେବତା ଭକ୍ତଜନଙ୍କୁ ହାରିଗୁହାରି ଶୁଣିବା ସହ କଣ୍ଟା ଦୋଳିରେ ବସି ନିଜ ଶକ୍ତିର ପରିଚୟ ଦେଇଥିଲେ। ଯାଦବ ସଂପ୍ରଦାୟ ଭୋଇ (ମଣିହିରା) ବଂଶର ଏହି ଯାତ୍ରାକୁ କୃତିବାସ ଭୋଇ, ଭୀମସେନ ଭୋଇ, ଭାଗିରଥି ଭୋଇ, ଗୌର ଭୋଇ, ହିମାଚଳ ଭୋଇ, ପ୍ରଦୀପ ଭୋଇ, କ୍ଷିରସିନ୍ଧୁ ଭୋଇ, ଦୋଳଗୋବିନ୍ଦ ଭୋଇ, କମଳାକାନ୍ତ ଭୋଇ, ବିବେକ ଭୋଇ, ଦିପକ ଭୋଇ, ରୋମାଞ୍ଚଳ ଭୋଇ,ଷ ବିଶ୍ବଜିତ ଭୋଇ, ଦେବାନନ୍ଦ ଭୋଇ, ଦଶରଥ ଭୋଇ, ଟିକେଶ୍ବର ଭୋଇ, ବରୁଣ ଭୋଇ, ଚୁନିରାଜ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.