ପୁରୁଷୋତ୍ତମପୁର ପୋଷ୍ଟ ଅଫିସ ସାହି ଓ କାଳୀମନ୍ଦିର ଛକରେ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ପୋଷ୍ଟ ଅଫିସ ସାହି ଓ କାଳୀ ମନ୍ଦିର ଛକରେ ଚାଲିଛି ଶାରଦୀୟ ଦୁର୍ଗାପୂଜା। ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଦୁଇ ସ୍ଥାନରେ ପୂଜା ପାଇ ଆସୁଛନ୍ତି ଜଗତଜନନୀ। ଯୁବଗୋଷ୍ଠୀ ୱାର୍ଡ ବାସିନ୍ଦା ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଦୁର୍ଗା ପୂଜା ନବଦିନ ବ୍ୟାପୀ ଅନୁଷ୍ଠିତ ହେଉଛି। ପ୍ରତିଦିନ ଅର୍ଣ୍ଣ ଭୋଗ ପ୍ରସ୍ତୁତ କରି ଭକ୍ତ ଓ ଜନସାଧାରଣଙ୍କୁ ବିତରଣ କରାଯାଉଛି। ମେଢ଼ ଦେଖିବାକୁ ସନ୍ଧ୍ୟା ସମୟରେ ବହୁ ଭକ୍ତଙ୍କ ଗହଳି ଲାଗିରହୁଛି। ଲୋକେ ଦେବୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବରିଷ୍ଟ ବିଜେପି ନେତା ପୃଥ୍ବୀରାଜ ମହାପାତ୍ର, ରାମହରି ପଣ୍ଡା, ସଭାପତି ଅକ୍ଷୟ କୁମାର ଆଚାରି, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଓ ସଦସ୍ୟ ଭାବେ କେ ଆଦି ନାରାୟଣ ରାଓ, ମନୋଜ କୁମାର ଗୌଡ଼ ତ୍ରିନାଥ ପଣ୍ଡା, ନିରଞ୍ଜନ ଚୌଧୁରୀ, ଶଶାଙ୍କ ଶେଖର ଦାଶ, ଆଦିତ୍ୟ ପାଣିଗ୍ରାହୀ, ବିକ୍ରମ ପଣ୍ଡା, ଡ଼. ବିଭୁତି ଭୂଷଣ ପଣ୍ଡା, ପ୍ରଭାକର ଗୌଡ଼, ଦିବ୍ୟରଞ୍ଜନ ପାଳ, ଶୋଭମ ପଣ୍ଡା ଓ ରାଜେଶ କୁମାର ସାହୁଙ୍କ ସହ ଅନ୍ୟ ସଦସ୍ୟମାନେ  ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.