ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ମଦନପୁର ରାମପୁର ବ୍ଲକ ରାମ କ୍ରିଷ୍ଣା ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାମକ୍ରିଷ୍ଣା ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକ ନନ୍ଦଜୀ, ବିଶିଷ୍ଟ ଅତିଥି ଭାବେ ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦଜୀ, ମୁଖ୍ୟବକ୍ତା ଭାବେ ମ.ରାମପୁର ରାଜା ତଥା ପୂର୍ବତନ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂଦେଓ, ସମ୍ମାନିତ ଅତିଥି ଭାବେ ଡାକ୍ତର ଲୋକନାଥ ସାହୁ, ପ୍ରକୃତି ବନ୍ଧୁ ଲଳିତ ମୋହନ ଭୋଇ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକମାନଙ୍କର ଅବଦାନ, ଜ୍ଞାନ, ସମ୍ମାନ ଏବଂ ଆବଶ୍ୟକତାକୁ ସ୍ୱୀକାର କରିବା। ବୟସ୍କ ଲୋକମାନେ ସର୍ବଦା ଆମକୁ ସଠିକ ମାର୍ଗ ଦେଖାଇବା ସହିତ ଆମକୁ ସୁରକ୍ଷା ଦିଅନ୍ତି। ସେମାନେ ଜୀବନରେ ପ୍ରତ୍ୟେକ ଭୁଲ ଠିକର ବିଚାର ମଧ୍ୟ କରିଥାନ୍ତି। ଆମକୁ ଛୋଟରୁ ବଡ କରିବା ସହିତ ଆମର ସବୁ ଅଳି ଅର୍ଦ୍ଦଳି ସହିଥାନ୍ତି। ବୟସ୍କ ଲୋକମାନଙ୍କର ଭୂମିକା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମଞ୍ଚାସୀନ ଅତିଥିବୃନ୍ଦ ଆଲୋକପାତ କରିଥିଲେ। ପରେ ଆଶ୍ରମର ଅନ୍ତେବାସୀ ମାନଙ୍କୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା। ଯୁବ କବି ଉଦୟନାଥ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ କଳାରୁଦ୍ର ଯୁବକ ସଂଘ ହଜାରୀପଡାର ସାଧାରଣ ସମ୍ପାଦକ ଅରବିନ୍ଦ ସାହୁ, ଉପସଭାପତି କବିରାଜ ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, ବିକାଶ ସାହୁ, ଭୈରବ ଶଙ୍କର ସାହୁ, ଅଜିତ ସାହୁ, କଲ୍ୟାଣୀ ସାହୁ, ଉମାକାନ୍ତି ସାହୁ, ଦୀପାଞ୍ଜଳି ସାହୁ, ରେଖାଞ୍ଜଳି ସାହୁ, ବୀଣାପାଣି ସାହୁ, ଦମୟନ୍ତୀ ସାହୁ, ସୃତି ସାହୁ ସମେତ କଳାରୁଦ୍ର ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।