ଜଙ୍ଗଲରେ ହାତୀମାନଙ୍କ ରହଣୀ ପାଇଁ ସ୍ବତନ୍ତ୍ର ସରକାରୀ ବ୍ୟବସ୍ଥାକୁ ରାୟଗଡ଼ା ଜିଲ୍ଲାବାସୀଙ୍କ ସ୍ବାଗତ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜଙ୍ଗଲରେ ହାତୀମାନଙ୍କ ରହଣୀ ପାଇଁ ସ୍ବତନ୍ତ୍ର ସରକାରୀ ବ୍ୟବସ୍ଥା ନିଷ୍ପତ୍ତିକୁ ରାୟଗଡ଼ା ଜିଲ୍ଲାବାସୀଙ୍କ ସ୍ବାଗତ କରିଛନ୍ତି। ରାୟଗଡ଼ା ବନାଞ୍ଚଳରେ ଗତ କିଛି ବର୍ଷ ହେବ ଜଙ୍ଗଲୀ ହାତୀ ଉପଦ୍ରବ ଲାଗିରହିଛି। ହାତୀପଲ ଅନେକ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଛି। ବର୍ତ୍ତମାନ ଓଡ଼ିଶା ସରକାର ଜଙ୍ଗଲରେ ଆମ୍ବ, ପଣସ, ବାଉଁଶ ଆଦି ଗଛ ଲଗାଇ ହାତୀ ମାନଙ୍କ ରହଣି ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ରଖିଛନ୍ତି;  ଅବିଭକ୍ତ କୋରାପୁଟ ଅଞ୍ଚଳର କୌଣସି ଏକ ସ୍ଥାନ ଚି଼ହ୍ନଟ କରି ହାତୀ ଘର ତିଆରି କଲେ ଏହି ଯୋଜନା ଫଳପ୍ରଦ ହୋଇପାରନ୍ତା, ତେଣୁ ଏଦିଗରେ ସରକାର ବିଚାର କରିବା ପାଇଁ ସେମାନେ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.